ଜଷ୍ଟିସ ରହିମ୍ ଏନ୍ଜିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ
ନୂଆଦିଲ୍ଲୀ : ଜଷ୍ଟିସ ଜୱାଦ ରହିମ୍ଙ୍କୁ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ମଙ୍ଗଳବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଏଏମ୍ ଖାନୱିଲକର ଓ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ପୀଠ ଜଷ୍ଟିସ ରହିମ୍ଙ୍କୁ ଏହି ନୂଆ ନିଯୁକ୍ତି ଦେଇଛନ୍ତି। ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ହେବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ। ଜଷ୍ଟିସ ରହିମ୍ ଏନଜିଟର ଅଧ୍ୟକ୍ଷ ଭାବେ ସମସ୍ତ କାର୍ଯ୍ୟ ତୁଲାଇବା। ଏପରି କି ଏନଜିଟିରେ ଖାଲିଥିବା ସଦସ୍ୟ ପଦ ପୂରଣ କରିବା ଦିଗରେ ନିଷ୍ପତ୍ତି ନେଇପାରିବେ ବୋଲି ସୁପ୍ରିମକୋର୍ଟଙ୍କ ପୀଠ କହିଛନ୍ତି।