www.samajalive.in
Sunday, December 14, 2025
14.1 C
Bhubaneswar

ଜୁଆରେ ପତ୍ନୀ ଓ ପିଲାଙ୍କୁ ହରାଇଲା ଯୁବକ

ନୂଆଦିଲ୍ଲୀ : ଜୁଆ ଖେଳରେ ପତ୍ନୀ ଓ ଦୁଇ ସନ୍ତାନଙ୍କୁ ବାଜି ଲଗାଇବା ଓ ବାଜି ହାରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଉତ୍ତରପ୍ରଦେଶ ବୁଲନ୍ଦସହର ଅଞ୍ଚଳର ଯୁବକ ମୋହସିନ ଏହି ବାଜି ଲଗାଇଥିବାବେଳେ ଇମ୍ରାନ ନାମକ ଯୁବକ ବାଜି ଜିତିଥିଲେ। ଇମ୍ରାନ ବାଜି ଜିତିବା ପରେ ମୋହସିନର ଘରକୁ ଆସି ତାର ପତ୍ନୀକୁ ସାଥିରେ ନେବାକୁ ବାଧ୍ୟ କରିଥିଲା। ତେବେ ମୋହସିନର ପତ୍ନୀ ଏହାକୁ ବିରୋଧ କରିଥିଲା। ପରେ ଗାଁ ପଞ୍ଚାୟତ ବସି ଏହାର ସମାଧାନ ବାଟ ବାହାର କରିଥିଲା। ପଞ୍ଚାୟତ ନିର୍ଦେଶ ଦେଇଥିଲା ଯେ ମୋହସିନ ତାର ଗୋଟିଏ ସନ୍ତାନକୁ ଇମ୍ରାନକୁ ଦେବାକୁ ପଡିବ। ପଞ୍ଚାୟତର ନିର୍ଦେଶକ୍ରମେ ମୋହସିନର ଗୋଟିଏ ସନ୍ତାନକୁ ଇମ୍ରାନ ନେଇ ଯାଇଥିଲା। ପରବର୍ତ୍ତୀ ସମୟରେ ମୋହସିନକୁ ତାର ପତ୍ନୀ ଛାଡପତ୍ର ଦେବା ସହିତ ପୁଲିସରେ ଅଭିଯୋଗ କରିଥିଲା। ପୁଲିସ ଏବେ ମାମଲା ରୁଜୁ କରି ପଞ୍ଚାୟତ ନେତା ଓ ଇମ୍ରାନକୁ ତଲାସ କରୁଛି। ଦ୍ୱାପର ଯୁଗରେ ପାଣ୍ଡବମାନେ ପତ୍ନୀ ଦୌପଦୀଙ୍କୁ ପଶା ଖେଳରେ ବାଜି ଲଗାଇ କୌରବଙ୍କ ନିକଟରେ ହାରିଯାଇଥିଲେ। ଯାହା ପରବର୍ତ୍ତୀ ସମୟରେ ମହାଭାରତ ଯୁଦ୍ଧ ପାଇଁ ବାଟ କଢାଇଥିଲା।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories