ଫ୍ରାନ୍‌ସ ବିପକ୍ଷ ମହିଳା ହକି ସିରିଜ୍ : ଭାରତୀୟ ଜୁନିୟର ଦଳରେ ୪ ଓଡ଼ିଆ

0

ରାଉରକେଲା : ଫ୍ରାନ୍‌ସର ଜୁନିୟର ମହିଳା ହକି ଦଳ ଭାରତ ଗସ୍ତରେ ଆସୁଛି। ଫେବୃୟାରୀ ୮ରୁ ୧୩ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଓ ଗୋରଖପୁରରେ ଫ୍ରାନ୍‌ସ ଦଳ ବିପକ୍ଷରେ ଭାରତୀୟ ଜୁନିୟର ମହିଳା ହକି ଦଳ ୪ ମ୍ୟାଚ୍‌ର ସିରିଜ୍ ଖେଳିବ। ଏହି ସିରିଜ୍ ପାଇଁ ବୁଧବାର ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ହକି ଇଣ୍ଡିଆ। ଏହି ଦଳରେ ୪ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଡିଫେଣ୍ଡର ଫେଲିସିଅା ଟପ୍ପୋ, ମିଡ୍‌ଫିଲ୍‌ଡର ମାରିଆନା କୁଜୁର ଏବଂ ଦୁଇ ଫରୱାର୍ଡ ଜୀବନ କିଶୋରୀ ଟପ୍ପୋ ଓ ଆଜ୍‌ମିନା କୁଜୁର। ଏହି ୪ ଜଣଯାକ ​‌େ‌ଖଳାଳି ପାନପୋଷ କ୍ରୀଡ଼ା ଛାତ୍ରାବାସର। ଏହି ଖବର ମିଳିବା ପରେ ଛାତ୍ରାବାସର ଅନ୍ତେବାସୀଙ୍କ ମଧ୍ୟରେ ଆନନ୍ଦ ଉତ୍ସାହ ପ୍ରକାଶ ପାଇଛି। ଫ୍ରାନ୍‌ସ-ଭାରତ ସିରିଜ୍‌ର ପ୍ରଥମ ମ୍ୟାଚ୍ ଫେବୃୟାରୀ ୮ରେ ଲକ୍ଷ୍ନୌରେ ଖେଳାଯିବ। ୯ରେ ଲକ୍ଷ୍ନୌରେ ୨ୟ ମ୍ୟାଚ୍; ୧୧ରେ ଗୋରଖପୁରରେ ୩ୟ ମ୍ୟାଚ୍ ଏବଂ ୧୩ରେ ଲକ୍ଷ୍ନୌରେ ୪ର୍ଥ ମ୍ୟାଚ୍ ଖେଳାଯିବ। ଲକ୍ଷ୍ନୌରେ ୩ଟି ମ୍ୟାଚ୍ ସନ୍ଧ୍ୟା ୫ଟାରୁ ଏବଂ ଗୋରଖପୁରରେ ମଧ୍ୟାହ୍ନ ୧୨ଟାରୁ ଖେଳାଯିବ।
ଭାରତୀୟ ଜୁନିୟର ମହିଳା ହକି ଦଳ: (ଗୋଲ୍‌ରକ୍ଷକ) ବିଚୁ ସିଂହ ଖାରିବାମ୍ ଓ ଖୁସ୍‌ବୁ; (ଡିଫେଣ୍ଡର) ଫିଲିସିଆ ଟପ୍ପୋ, ଗଗନଦୀପ କୌର, ସଲିମା ଟେଟେ, ପ୍ରିୟଙ୍କା, ସୁମନ ଦେବୀ ଥୌଡାମ୍ ଓ ଈଶିକା ଚୌଧୁରୀ; (ମିଡ୍‌ଫିଲ୍‌ଡର) ମହିମା ଚୌଧୁରୀ, ପ୍ରଭଲିନ କୌର, ମାରିଆନା କୁଜୁର, ରୀତ୍, ବଲ୍‌ଜିତ କୌର ଓ ପ୍ରୀତି; (ଫରୱାର୍ଡ) ଲାଲରେମ୍‌ସିଆମି, ଶର୍ମିଳା ଦେବୀ, ମମତାଜ ଖାଁ, ଜୀବନ କିଶୋରୀ ଟପ୍ପୋ, ଆଜ୍‌ମିନା କୁଜୁର ଓ ଜ୍ୟୋତି।

Leave A Reply