www.samajalive.in
Sunday, December 14, 2025
23.1 C
Bhubaneswar

ଆଜି ବିଶ୍ୱ ପରିବେଶ ଦିବସ ; ସମସ୍ତଙ୍କୁ ଘାରିଛି ଜଳବାୟୁ ପରିବର୍ତ୍ତନ ଚିନ୍ତା

ଆଜି ବିଶ୍ୱ ପରିବେଶ ଦିବସ। ଆମ ପରିବେଶକୁ ସୁରକ୍ଷିତ ରଖିବା ଦିଗରେ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି ଏବଂ ତଦନୁଯାୟୀ କାର୍ଯ୍ୟକ୍ରମ ହାତକୁ ନେବା ଏହି ଦିବସ ପାଳନର ଉଦ୍ଦେଶ୍ୟ। ଜାତିସଂଘ ପରିଷଦ ପକ୍ଷରୁ ୧୯୭୨ରେ ବିଶ୍ୱ ପରିବେଶ ଦିବସ ପାଳନ ନିଷ୍ପତ୍ତି ନିଆଯାଇଥିଲା ଏବଂ ୧୯୭୪ରେ ଏହା ପ୍ରଥମେ ଆମେରିକାର ପାଳନ କରାଯାଇଥିଲା। ସେହିବର୍ଷ ବିଶ୍ୱ ପରିବେଶ ଦିବସ ପାଳନର ବିଷୟବସ୍ତୁ ଥିଲା ‘କେବଳ ଗୋଟିଏ ପୃଥିବୀ’। ତାହା ପରବର୍ତ୍ତୀ ସମୟରେ ବିଶ୍ୱର ଶତାଧିକ ରାଷ୍ଟ୍ରରେ ପ୍ରତିବର୍ଷ ଜୁନ୍‍ ୫ ତାରିଖ ଦିନ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଆସୁଛି। ବିଶ୍ୱ ପରିବେଶ ବ୍ୟବସ୍ଥା ପୁନଃ ସଂସ୍ଥାପନ ପାଇଁ ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସ ପାଳନର ବିଷୟବସ୍ତୁ ରଖାଯାଇଛି ପରିବେଶ ବ୍ୟବସ୍ଥାର ପୁନରୁଦ୍ଧାର। ପାକିସ୍ତାନ ଏହି ଦିବସ ପାଳନର ବିଶ୍ୱସ୍ତରୀୟ ଆୟୋଜକ ହେବ। ୨୦୨୦ରେ ଏହି ଦିବସର ବିଷୟବସ୍ତୁ ରଖାଯାଇଥିଲା ‘ଜୈବ ବିବିଧତାକୁ ନେଇ ଖୁସି ମନାଇବା’। ପରିବେଶ ବ୍ୟବସ୍ଥା ପୁନରୁଦ୍ଧାର ନିମନ୍ତେ ଆଜି ଜାତିସଂଘ ଦଶନ୍ଧି (୨୦୨୧-୩୦) ଅଭିଯାନ ଆରମ୍ଭ ହେଉଛି। ଏହି ବିଶ୍ୱସ୍ତରୀୟ ଅଭିଯାନ ଜଳବାୟୁ ପରିବର୍ତ୍ତନକୁ ରୋକିବା ଏବଂ ପରିବେଶ ସୁରକ୍ଷାକୁ ପ୍ରାଧାନ୍ୟ ଦେବ।
ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଥିବାବେଳେ ସମୁଦାୟ ବିଶ୍ମ କୋଭିଡ-୧୯ ମହାମାରୀରେ ଜର୍ଜରିତ। ଏଥିରୁ ରକ୍ଷା ପାଇବାକୁ ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଛନ୍ତି ବିଶ୍ୱବାସୀ। ଏହି ମହାମାରୀ ସମୁଦାୟ ପରିବେଶ ବ୍ୟବସ୍ଥା ନଷ୍ଟହେବା ଦ୍ୱାରା ତାହାର କିଭଳି ସାଂଘାତିକ ପ୍ରଭାବ ପଡୁଛି ତାହା ଆମକୁ ଦେଖାଇ ଦେଇଛି। ପ୍ରାଣୀ ଏବଂ ଅନ୍ୟ ଜୀବନ୍ତ ବସ୍ତୁଙ୍କର ପ୍ରାକୃତିକ ପରିବେଶ ସଙ୍କୁଚିତ ହେବା ଦ୍ୱାରା ତାହା କରୋନା ଭୂତାଣୁ ଭଳି ପାଥୋଜେନଗୁଡିକର ସଂଖ୍ୟା ବୃଦ୍ଧି ଏବଂ ବ୍ୟାପିବା ଦିଗରେ କିଭଳି ଅନୁକୂଳ ପରିବେଶ ଯୋଗାଇ ଦେଉଛି ତାହା ଆମେ ଲକ୍ଷ୍ୟ କରିସାରିଲୁଣି। କୋଭିଡ-୧୯ ଜନିତ ସ୍ୱାସ୍ଥ୍ୟଗତ ସଙ୍କଟ ଆମ ସମସ୍ତଙ୍କୁ ପ୍ରାକୃତିକ ପରିବେଶ ଏବଂ ପରିବର୍ତ୍ତନଶୀଳ ଜୈବ ବିବିଧତା ସହିତ ଆମର ସମ୍ପର୍କ ବିଷୟରେ ଗଭୀରତାର ସହିତ ଚିନ୍ତା କରିବାକୁ ବାଧ୍ୟ କରିଛି। ବୃକ୍ଷଲତା ଗହଣରେ ଆମେ ବିତାଉଥିବା ସମୟ କେବେ ଅଯଥା ଯାଏନାହିଁ, ଏକଥା ଆମକୁ ପରିବେଶବିତ୍‍ ସତର୍କ କରାଇବାରେ ଲାଗିଛନ୍ତି। ଏକ ସୁସ୍ଥ ପରିବେଶ ବଜାୟ ରଖିଲେ ଆମେ ଲୋକଙ୍କର ଜୀବନ, ଜୀବିକା ଏବଂ ଜଳବାୟୁ ପରିବର୍ତ୍ତନ ମୁକାବିଲା କ୍ଷେତ୍ରରେ ଆମର ପ୍ରୟାସରେ ବୃଦ୍ଧି ଘଟାଇପାରିବା। ସେଥିପାଇଁ ଏହି ବିଶ୍ୱ ପରିବେଶ ଦିବସରେ ଆମର ପ୍ରତ୍ୟେକ କାର୍ଯ୍ୟକଳାପ ପରିବେଶ ସୁରକ୍ଷା ଦିଗରେ ସମର୍ପିତ ହେବା ଆବଶ୍ୟକ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories