www.samajalive.in
Friday, December 5, 2025
20.1 C
Bhubaneswar

ଜେଏସପିଏଲ ଇସ୍ପାତ କାରଖାନା ପ୍ରତିଦିନ ଯୋଗାଉଛି ୧୦୦ ଟନ୍ ତରଳ ମେଡିକାଲ ଅମ୍ଳଜାନ

ଭୁବନେଶ୍ବର: କୋଭିଡ-୧୯ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ମେଡିକାଲ ଅମ୍ଳଜାନ (ଅକ୍ସିଜେନ)ର ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ଏହାର ଅନୁଗୁଳ ସ୍ଥିତ ମେଗା ଇସ୍ପାତ କାରଖାନାରୁ ଗତ ଏପ୍ରିଲ ମାସରୁ ତରଳ ମେଡିକାଲ ଅମ୍ଳଜାନ ଦେଶର ବିଭିନ୍ନ ରାଜ୍ୟକୁ ଯୋଗାଉଛି। ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ, ଦେଶର ଅନେକ ଡାକ୍ତରଖାନାକୁ ଟ୍ୟାଙ୍କର୍ ମାଧ୍ୟମରେ ମେଡିକାଲ ଅମ୍ଳଜାନ ଜେଏସପିଏଲ ପକ୍ଷରୁ ପଠାଯାଇଛି। ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ କିଛି ଦିନ ପୂର୍ବରୁ କହିଥିଲେ ଯେ ବିପର୍ୟ୍ୟୟ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଜେଏସପିଏଲ ଦେଶ ତଥା ଦେଶବାସୀଙ୍କ ସହ ସର୍ବଦା ଠିଆ ହୋଇଛି ଏବଂ ଏହି ମହାମାରୀ ସମୟରେ ଏହା ଜାରି ରଖିବ। ଆମ ପାଇଁ ଏହା ହେଉଛି ଦେଶ ପ୍ରଥମ । ମୁଁ ନିଶ୍ଚିତ ଯେ ଏକତ୍ର ଆମେ ମହାମାରୀକୁ ପରାସ୍ତ କରି ପାରିବା। ଆମେ ଆମର ଦକ୍ଷତା ବୃଦ୍ଧି କରୁଛୁ। ଅମ୍ଳଜାନ ଯୋଗାଣ ଉପରେ ଲଜିଷ୍ଟିକ୍ସର ମୁକାବିଲା ପାଇଁ ସରକାର ସର୍ବୋତ୍ତମ ଉପାୟ ମଧ୍ୟ ସୁନିଶ୍ଚିତ କରୁଛନ୍ତି ବୋଲି ସେ ଟ୍ବିଟରରେ ପ୍ରକାଶ କରିଛନ୍ତି।

ଜେଏସପିଏଲର ଅନୁଗୁଳ ଇସ୍ପାତ କାରଖାନା ପରିସରରେ ଥିବା ଅମ୍ଳଜାନ କାରଖାନାରୁ ନିୟମିତ ଭାବରେ ତରଳ ମେଡିକାଲ ଅମ୍ଳଜାନ ଉତ୍ପାଦନ କରିବା ସହିତ ଅମ୍ଳଜାନ ଟ୍ୟାଙ୍କର ଗୁଡିକୁ କ୍ରମାଗତ ଭାବରେ ଭରାଯାଉଛି। ସରକାରଙ୍କ ପରାମର୍ଶ ଅନୁଯାୟୀ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଦିଲ୍ଲୀ ଏନସିଆର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଅନ୍ୟାନ୍ୟ ମେଡିକାଲ ଅମ୍ଳଜାନ ଆବଶ୍ୟକ କରୁଥିବା ରାଜ୍ୟ ଗୁଡିକୁ ଏହି ଟ୍ୟାଙ୍କରଗୁଡ଼ିକୁ ପଠାଯାଉଛି। ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ କମ୍ପାନୀର ଉତ୍ସର୍ଗୀକୃତ କର୍ମଚାରୀମାନେ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ତରଳ ମେଡିକାଲ ଅମ୍ଳଜାନକୁ ଠିକ୍ ସମୟରେ ପଠାଇବା ନିଶ୍ଚିତ କରିବାକୁ ଦିନରାତି କାର୍ୟ୍ୟ କରୁଛନ୍ତି। ନିକଟରେ ଭାରତୀୟ ରେଳବାଇ ଦ୍ବାରା ପରିଚାଳିତ ଏକ ଅକ୍ସିଜେନ ଏକ୍ସପ୍ରେସ ମାଧ୍ୟମରେ ତରଳ ମେଡିକାଲ ଅମ୍ଳଜାନ ଭର୍ତ୍ତି ଟାଙ୍କରଗୁଡିକୁ ଅନ୍ୟ ରାଜ୍ୟକୁ ପଠା ଯାଇଥିଲା। ସେହିଭଳି ମହାରାଷ୍ଟ୍ରରୁ ବିମାନ ଯୋଗେ ଆସିଥିବା ଦୁଇଟି ଟ୍ୟାଙ୍କରରେ ମଧ୍ୟ ଜେଏସପିଏଲ ଅନୁଗୁଳ ଦ୍ବରା ତରଳ ମେଡିକାଲ ଅମ୍ଳଜାନ ଭର୍ତ୍ତି କରାଯାଇ ପଠାଯାଇଥିଲା।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories