www.samajalive.in
Friday, December 5, 2025
26.1 C
Bhubaneswar

ଟ୍ରକ୍ ଧକ୍କାରେ ଯୁବ ଡ୍ରାଇଭରଙ୍କ ମୃତ୍ୟୁ; ପୁଳିସର ତନାଘନା

ରେଙ୍ଗାଲି: ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର ପଣ୍ଡାଲୋଇ ପାଖରେ ଥିବା ଶ୍ୟାମ୍ ମେଟାଲିକ୍ସ ଗେଷ୍ଟ୍ ହାଉସ୍ ନିକଟରେ ଥିବା ସର୍ଭିସ୍ ରୋଡର ଓଭର୍ ବ୍ରିଜ୍‌ରେ ଗତ ୧ ତାରିଖ ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟି ରମେଶ ଯାଦବ(୪୬) ନାମକ ଜଣେକ ଯୁବ ଡ୍ରାଇଭରର ଶୋଚନୀୟ ମୃତ୍ୟୁ ହୋଇଯାଇଛି। ରେଙ୍ଗାଲି ଥାନାରେ ହାବିଲ୍‌ଦାର ସୁରେନ୍ଦ୍ର କୁମାର ସାହୁ ଆଜି ସକାଳୁ ପାଟ୍ରୋଲିଂ କରୁଥିବା ସମୟରେ ଏସଂକ୍ରାନ୍ତରେ ସୂଚନା ଥାନାରେ ରିପୋର୍ଟ କରିଥିଲେ। ଆଇଆଇସି ଧବଲେଶ୍ୱର ସାହୁ କେସ୍ ନଂ ୮୨ ଦଫା ୨୭୯/୩୦୪(ଏ) ଆଇପିସିରେ ମାମଲା ରୁଜ୍ଜୁ କରି ଶବ ଜବତ ଏବଂ ପଞ୍ଚନାମା କଲା ପରେ ବ୍ୟବଚ୍ଛେଦ ପାଇଁ ପଠାଇ ଏହାର ତଦନ୍ତ ଜାରି ରଖିଛନ୍ତି। ପୂଳିସ ତଦନ୍ତ ଏବଂ ପାରିପାଶ୍ୱିର୍କ ସ୍ଥିତି ରୁ ସିଜି-୧୫-ଏସି-୦୧୦୮ଟ୍ରକ୍ ଧକ୍କାରେ ରମେଶ ଯାଦବର ମୃତ୍ୟୁ ହୋଇଥିବାର କୁହାଯାଉଛି।

 

- Advertisement -

ଉତ୍ତରପ୍ରଦେଶ ଗାଜିପୁରର ବାସିନ୍ଦା ହୋଇଥିବା ମୃତ ରମେଶ ଜଣେ ଡ୍ରାଇଭର । ଦୁର୍ଘଟଣାରେ ମୃତକର ହାତ ଗୋଡ ଭାଙ୍ଗି ଯାଇଥିବା ସହିତ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ପୁଳିସ ସୁତ୍ରରୁ ପ୍ରକାଶ। କେଉଁ ପରିସ୍ଥିତିରେ କିପରି ସର୍ଭିସ ରୋଡରେ ଏହି ଦୁର୍ଘଟଣା ଘଟିଲା ପୁଳିସ ସେ ସଂକ୍ରାନ୍ତରେ ତନାଘନା କରୁଥିବାର ଜଣାଡିଛି। ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ନାନା ସନ୍ଦେହ ସୃଷ୍ଟି ହେଉଥିବାରୁ ପୁଳିସ ଦୁର୍ଘଟଣା କୁ ଭିନ୍ନ ଦିଗ ରୁ ତଦନ୍ତ କରୁଥିବା ର ପ୍ରକାଶ। ମୃତ ଡ୍ରାଇଭର ରମେଶ ଏକ ଭଡା ଘରେ ରହୁଥିଲେ। ଉକ୍ତ ଭଡା ଘର ର ମାଳିକ ଏବଂ ଟ୍ରକ୍ ମାଳିକଙ୍କୁ ଥାନାକୁ ଡକାଇ ଜେରା ଚାଲିଥିବା ବେଳେ ଦୁର୍ଘଟଣା ଘଟାଇ ଥିବା ଟ୍ରକ୍ କିଏ ଚଲାଉଥିଲା ସେନେଇ ମଧ୍ୟ ତନାଘନା ଚାଲିଛି ବୋଲି ଆଆଇସି ଧବବଲେଶ୍ୱର ସାହୁ କହିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories