www.samajalive.in
Saturday, December 6, 2025
17.1 C
Bhubaneswar

ଫ୍ରାନ୍ସକୁ ୧୨ହଜାର ଟନ୍ ରେଲ୍ ବ୍ଲୁମ ଯୋଗାଇବ ଜେଏସ୍‌ପିଏଲ୍‌

ଭୁବନେଶ୍ବର (ବ୍ୟୁରୋ): ଭାରତର ଏକମାତ୍ର ଘରୋଇ କମ୍ପାନୀ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିଃ (ଜେଏସ୍‌ପିଏଲ୍‌) ଫ୍ରାନ୍ସକୁ ୧୨୦୦୦ ଟନ୍ ରେଲ୍ ବ୍ଲୁମ୍ ଯୋଗାଇବା ପାଇଁ ଅର୍ଡର ହାସଲ କରିଛି । ବ୍ରିଟେନ ଓ ଅଷ୍ଟ୍ରେଲିଆ ମଧ୍ୟ ଜେଏସ୍‌ପିଏଲ୍ ଉତ୍ପାଦ କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ଖୁବ୍ ଶୀଘ୍ର ଏହି ନିଷ୍ପତ୍ତି ମିଳିପାରେ ବୋଲି ଜେଏସପିଏଲ୍ ଆଶାପ୍ରକାଶ କରିଛି ।  ନବୀନ ଜିନ୍ଦଲ ନେତୃତ୍ୱାଧିନ ଏହି କମ୍ପାନୀ ଆଶାକରୁଛି ।
। କମ୍ପାନୀର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଦୁରଦର୍ଶୀ ନେତୃତ୍ୱରେ ଜେଏସ୍‌ପିଏଲ୍‌, ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଏବଂ ଇସ୍ପାତ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କ ରପ୍ତାନୀ ସମ୍ବନ୍ଧୀୟ ସଂକଳ୍ପକୁ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ପ୍ରଚେଷ୍ଠା କରୁଛି  ବୋଲି ଜେଏସ୍‌ପିଏଲ୍‌ର ପରିଚାଳନା ନିର୍ଦ୍ଦେଶକ  ଭି.ଆର. ଶର୍ମା ଉଲ୍ଲେଖ କରି  ଇସ୍ପାତ ଉତ୍ପାଦନକୁ  ଆବଶ୍ୟକୀୟ ବସ୍ତୁ ଅଧିନିୟମରେ ରଖିଥିବାରୁ ଶ୍ରୀ ଶର୍ମା ଇସ୍ପାତ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଶ୍ରୀ ଶର୍ମା ଆହୁରି ମଧ୍ୟ କହିଛନ୍ତି ଯେ, ଜେଏସ୍‌ପିଏଲ୍ ନବୋନ୍ମେଷରେ ବିଶ୍ୱାସ କରେ ଏବଂ ରେଳ ଉତ୍ପାଦ ସେକ୍ଟରରେ ବିଭିନ୍ନ ପ୍ରୟୋଗ କରିଛି । ଫ୍ରେଟ୍ କରିଡର ଏବଂ ଦେଶରେ ବିକାଶହେଉଥିବା ମେଟ୍ରୋରେଲ୍‌ର ଆବଶ୍ୟକତାକୁ ନଜରରେ ରଖି ଜେଏସ୍‌ପିଏଲ୍ ରେଳ ମନ୍ତ୍ରାଳୟ ଅଧୀନରେ ଥିବା ରିସର୍ଚ ଡିଜାଇନ୍ ଏଣ୍ଡ ଷ୍ଟାଣ୍ଡାର୍ଡ୍ସ ଅର୍ଗାନାଇଜେସନ (ଆରଡିଏସଓ) ପ୍ରମାଣପତ୍ର ପାଇବା ପରେ ୧୦୮୦ ଏଚ୍‌ଏଚ୍ (ହିଟ୍ ଟ୍ରିଟେଡ୍‌) ଗ୍ରେଡ୍ ରେଳଲାଇନ୍‌ର ଉତ୍ପାଦନ ଆରମ୍ଭ କରିଛି । ଏହାର ପ୍ରଥମ ଅର୍ଡର (୨୩୦୮ ଟନ୍‌) ରେଳ ବିକାଶ ନିଗମ ଲିଃ (ଆର୍ ଭି ଏନଏଲ୍‌)ରୁ ପାଇସାରିଛି ।
ରେଳବାଇର ଆବଶ୍ୟକତା ଅନୁଯାୟୀ, ଜେଏସ୍‌ପିଏଲ୍ ଏବେ ଆର୍ ୨୬୦ ଗ୍ରେଡ୍ ରେଳଲାଇନ୍‌ର ଉତ୍ପାଦନ କରିବାକୁ ଯାଉଛି ।  ଏହି ରେଳଲାଇନ୍‌ର ଧାରଣ କ୍ଷମତା ବର୍ତ୍ତମାନ ଥିବା ୱାଗନ୍ ପିଛା ୬୪ ଟନ୍ ସ୍ଥାନରେ ୭୫ ଟନ୍ ରହିବ ।  ହେଡ୍‌-ହାର୍ଡେନ୍‌ଡ ରେଲ୍ ମେଟ୍ରୋ ରେଳଲାଇନ୍ ଏବଂ ଦୃତଗତି ବିଶିଷ୍ଠ ଫ୍ରେଟ୍ କରିଡର ଲାଇନ୍‌ରେ  ବ୍ୟବହାର ହୋଇଥାଏ । ହେଡ୍‌-ହାର୍ଡେନ୍‌ଡ ରେଲ୍‌ର ନିର୍ମାଣ ବିଶେଷ  ହିଟ୍ ଟ୍ରିଟ୍‌ମେଣ୍ଟ ପ୍ରକ୍ରିୟାରେ ହୋଇଥାଏ, ଯାହା ଦ୍ୱାରା ସାଧାରଣ ରେଲ୍‌ଲାଇନ୍ ତୁଳନାରେ ଏହା ୫୦ ପ୍ରତିଶତ ଅଧିକ ଦୃଢ ହୋଇଥାଏ । 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories