www.samajalive.in
Sunday, December 7, 2025
26.1 C
Bhubaneswar

“ସାମ୍ବାଦିକମାନେ ପେସାକୁ ନିଶା ଭାବେ ଗ୍ରହଣ କରିବା ଉଚିତ”

ନବରଙ୍ଗପୁର : ସ୍ଥାନୀୟ ସୌରାସାହି କଲ୍ୟାଣ ମଣ୍ଡପଠାରେ ଜିଲା ସାମ୍ବାଦିକ ସଂଘ (ଓଜେୟୁ)ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ସଂଘର ସଭାପତି ବାଙ୍କ ବିହାରୀ ବିଷୋୟୀ ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ରାଜ୍ୟ ସରକାର ସାମ୍ବାଦିକଙ୍କର ବିଭିନ୍ନ ସମସ୍ୟା ର ସମାଧାନ କରିବା ପାଇଁ ପଦକ୍ଷେପ ନେବାକୁ ଦୃଷ୍ଟି ଆକର୍ଷଣ କରିଥିଲେ।  ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିଆଲ ଯୋଗ ଦେଇ ସାମ୍ବାଦିକମାନେ ନିର୍ଭୀକ ଓ ନୀରପେକ୍ଷ ଭାବେ ଖବର ପରିବେଷଣ କରିବାକୁ ଗୁରୁତ୍ୱ ଦେଇଥିଲେ। ସାମ୍ବାଦିକମାନେ ସାମ୍ବାଦିକତା ପେସାକୁ ନିଶାଭାବେ ଗ୍ରହଣକରି ଲୋକଙ୍କର ଅସୁବିଧାକୁ ଲୋକଲୋଚନକୁ ଆଣି ସେବା କାର୍ଯ୍ୟକରିବାକୁ ଗୁରୁତ୍ୱ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସମାଜସେବୀ ଜଗନ୍ନାଥ ମହାପାତ୍ର ଯୋଗଦେଇ ସତ୍ୟ ଓ ନ୍ୟାୟ ପାଇଁ ସାମ୍ବଦିକମାନେ ଲେଖନୀଚାଳନା କରିବାସହ ଗଣତନ୍ତ୍ରର ଜାଗ୍ରତପ୍ରହରୀ ଭାବେ କାମ କରିବାକୁ ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ ରାଜ୍ୟ ଉପସଭାପତି ଶ୍ରୀନିବାସ ରାଓ ଯୋଗ ଦେଇ ରାଜ୍ୟସଂଘର ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ କହିବା ସହ ସଙ୍ଗଠନକୁ ଜିଲା ଓ ରାଜ୍ୟସ୍ତରରେ ଅଧିକ ସୁଦୃଢ କରିବାକୁ ଆହ୍ୱାନ କରିଥିଲେ। ମୁଖ୍ୟବକ୍ତା ଭାବେ ରାଜ୍ୟସମ୍ପାଦକ ରାକେଶ ଗୁପ୍ତା ଯୋଗ ଦେଇ ତୃଣମୂଳସ୍ତରରେ ସାମ୍ବାଦିକମାନେ ବହୁ ଅସୁବିଧାର ଶୀକାର ହେଉଥିବା ବିଷୟରେ ଅବଗତ କରାଇବା ସହ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ଉତ୍ତରଦାୟିତ୍ୱ ସଂପର୍କରେ କହିଥିଲେ। ଜିଲା ସାଧାରଣସମ୍ପାଦକ ଜ୍ୟୋତିପ୍ରକାଶ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସଂଘର ପ୍ରତିଷ୍ଠାତା ସ୍ୱର୍ଗତ ପ୍ରଭାତ ଦାଶ, ଜିଲା ଉପଦେଷ୍ଠା ସ୍ୱର୍ଗତ ଗଦାଧର ତ୍ରିପାଠୀ ଓ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ମହାଙ୍କୁଡ, ଜିଲା ଉପସଭାପତି ସ୍ୱର୍ଗତ କୈଳାଶ ମିଶ୍ର ଓ ସ୍ୱର୍ଗତ ତାରିଣୀ ପାଢୀଙ୍କର ଅକାଳ ବିୟୋଗରେ ଶୋକ ପ୍ରକାଶ କରାଯାଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ମହାମାରୀ କରୋନା  ସମୟରେ କରୋନା ଯୋଦ୍ଧା ଭାବେ ନିସ୍ୱାର୍ଥପର  କାମ କରିଥିବା ଉପସ୍ଥିତ ସମସ୍ତ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କୋରାପୁଟ ଜିଲା ସାଧାରଣସମ୍ପାଦକ ରବିଶଙ୍କର ମହାପାତ୍ର ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲା  ଉପସଭାପତି ରଞନ ପଟ୍ଟନାୟକ, କୋଷାଧ୍ୟକ୍ଷ ଶିବ ଶଙ୍କର ତ୍ରିପାଠୀ, ଭାଗୀରଥୀ ମଲ୍ଲିକ, ବେଣୁ ଗୋପାଳ ରାଓ, ପ୍ରଦୀପ କୁମାର ପଟ୍ଟନାୟକ,ଯୋଗେନ୍ଦ୍ର ପ୍ରସାଦ ମହାନ୍ତି, ଭବାନୀଶଙ୍କର ପଣ୍ଡା, ଦେବାଶିଷ ଦାଶ, ଆଶୀଷ ରଞନ ନାୟକ, ଶିଶିର ଖୁରା, ଚକ୍ରପାଣି ମହାପାତ୍ର, ଦେବୀ ପ୍ର୍ରସାଦ ମହାପାତ୍ର ଓ  ଅର୍ଜୁନ ଚଣ୍ଡି ପ୍ରମୂଖ ସହଯୋଗ କରିଥିଲେ। ଜିଲାର ସମସ୍ତ ବ୍ଳକରୁ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories