ଭୁବନେଶ୍ବର: ସାମ୍ବାଦିକ ଅମୂଲ୍ୟ କୁମାର ହୋତାଙ୍କର ସୋମବାର ପରଲୋକ ଘଟିଛି। ହୃଦରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଛି। ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ ଦିନର ଅଭିଜ୍ଞତା ଥିବା ୫୪ ବର୍ଷୀୟ ଶ୍ରୀ ହୋତା ଦୈନିକ ଖବରକାଗଜ ‘ସମାଜ’ରେ କାର୍ଯ୍ୟରତ ଥିଲେ। ଏଥିସହ ପୂର୍ବରୁ ସେ ଅନେକ ପ୍ରତିଷ୍ଠିତ ଖବରକାଗଜରେ କାର୍ଯ୍ୟ କରିଛନ୍ତି। ଦୂରଦର୍ଶନ ଏବଂ ଆକାଶବାଣୀରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ତାଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।
ଶ୍ରୀ ହୋତାଙ୍କ ପାର୍ଥିବ ଶରୀରକୁ କଟକସ୍ଥିତ ‘ସମାଜ’ କାର୍ଯ୍ୟାଳୟକୁ ନିଆଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହାପରେ କଟକସ୍ଥିତ ବାସଭବନକୁ ନିଆଯାଇ ପରେ ସେଠାରୁ ଜଗତସିଂହପୁରସ୍ଥିତ ତାଙ୍କ ପୈତୃକ ଘରକୁ ନିଆଯାଇଛି। ସେଠାରେ ରୀତି ନୀତି ଅନୁସାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ।



