ଜୋର୍ଡାନ୍‍ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

0

ଅମ୍ମନ : ଜୋର୍ଡାନ ପ୍ରଧାନମନ୍ତ୍ରୀ ହାନି ମୁଲ୍‍କି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରାଜା ଅବଦୁଲ୍ଲାଙ୍କୁ ସୋମବାର ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତାଙ୍କ ସରକାରଙ୍କ ଜନବିରୋଧୀ ଆର୍ଥିକ ନୀତି ଓ ପ୍ରବଳ ଦୁର୍ନୀତି ବିରୋଧରେ ଜନସାଧାରଣ ଚଳାଇଥିବା ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇ ସେ ଇସ୍ତଫା ଦେଇଛନ୍ତି। ଦୀର୍ଘ ଦିନ ଧରି ଏହି ଆନ୍ଦୋଳନ ଚାଲିଥିଲା; ତେବେ ବିଭିନ୍ନ କ୍ଷେତ୍ରରେ ଟିକସ ବୃଦ୍ଧିର ପ୍ରତିବାଦରେ ରବିବାର ଏହା ଉଗ୍ର ରୂପ ନେବାରୁ ମୁଲ୍‍କି ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ୨୦୧୬ ଜୁନ୍‍ ୧ରେ ମୁଲ୍‍କି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

Leave A Reply