www.samajalive.in
Monday, December 8, 2025
13.1 C
Bhubaneswar

ବିକାଶଠୁ ବହୁ ପଛରେ ଶତାୟୁ ବିଦ୍ୟାଳୟ

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ଯୋରକୂଳ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୧୦୦ବର୍ଷ ପୂରିଛି। ଶତାୟୁ ଅତିକ୍ରମ କରିଥିବା ସର୍ବ ପୁରାତନ ବିଦ୍ୟାଳୟଟି ଏବେ ବିକାଶର ବହୁ ପଛରେ। ୧୯୨୧ମସିହାରେ ଶିକ୍ଷା ପ୍ରଦୀପକୁ ଜାଳିଥିବା ବିଦ୍ୟାଳୟଟି ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରୁଥିଲେ ମଧ୍ୟ ଛାତ୍ର ଉପସ୍ଥାନ ଦିନକୁ ଦିନ କମି କମି ଯାଉଛି। ଦୀର୍ଘ ବର୍ଷଧରି ଅଭାବୀ ଶ୍ରେଣୀଗୃହ, ପରିବେଶ ଏବଂ ବିଦ୍ୟାଳୟ ପ୍ରତି ସରକାରୀ ଆନ୍ତରିକତାର ଅଭାବ ଯୋଗୁ ଶତାୟୁ ବିଦ୍ୟାଳୟଟି ଜରାଜୀର୍ଣ୍ଣ ପାଲଟିଛି। ଏଷବ ୩ଗୋଟି ଶ୍ରେଣୀଗୃହରେ ଚାଲିିଛି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠପଢା। ଆବଶ୍ୟକ ଥିବା ୬ଜଣ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଥିବା ବେଳେ ଶତାୟୁ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟଟିଏ ନାହିଁ। ପୁରୁଣା ଥିବା ୩ବଖରା ପ୍ରକୋଷ୍ଠ ବିଗତ ବର୍ଷର ବନ୍ୟା ପ୍ରଭାବରେ ବାରମ୍ବାର ପ୍ରଭାବିତ ହୋଇଥିଲେ ବି ମରାମତି ହୋଇନାହିଁ। ଘରର କବାଟ, ଝରକା ନଥିବାରୁ ଖୋଲା ଫୁଙ୍ଗୁଳା ପ୍ରକୋଷ୍ଠରେ ଶ୍ରେଣୀଗୃହ ଉପଯୋଗୀ ହୋଇପାରୁନି। ବିଦ୍ୟାଳୟ ପ୍ରତି ଛାତ୍ର ଛାତ୍ରୀ ଅଭିଭାବକ ମାନଙ୍କର ଅନାଗ୍ରହ ବଢୁଥିବାରୁ ବିଦ୍ୟାଳୟର ଉପସ୍ଥାନ ବଢୁନାହିଁ। ଏବେ ପ୍ରଥମ ୧୧ ,ଦ୍ବିତୀୟ ୫, ତୃତୀୟ ୧୦, ଚତୁର୍ଥ ୭, ପଞ୍ଚମ ୯,ଷଷ୍ଠ ୨, ସପ୍ତମ ୯ ଏବଂ ଅଷ୍ଟମରେ ୮ଜଣ କରି ମୋଟ ୬୧ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି।

 

- Advertisement -

କରୋନା କଟକଣାରେ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହୁଥିବାରୁ ଏବେ ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଚାଲୁଛି। ବିଦ୍ୟାଳୟର ସୁରକ୍ଷା ପ୍ରାଚୀର ନଥିବାରୁ ବହୁ ସମସ୍ୟାରେ ବିଦ୍ୟାଳୟ ପରିସରରେ ଦିନରେ ବୁଲା ଗାଈ ଗୋରୁ, କୁକୁରଙ୍କ ଅବାଧ ପ୍ରବେଶ। ସନ୍ଧ୍ୟା ହେଲେ ସ୍କୁଲ ପରିସରରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଛି। ଯୋରକୂଳ ଗ୍ରାମ ଏବେ ନୂଆ ପଞ୍ଚାୟତ ହରିରାଜପୁର ପଞ୍ଚାୟତ ଅଧିନରେ ରହିଛି। ଗ୍ରାମପଞ୍ଚାୟତର ଅନୁଦାନ ପାଣ୍ଠିରୁ ବିଦ୍ୟାଳୟ ବିକାଶ ପାଇଁ ସହଯୋଗ ମିଳିଲେ ଅଧ୍ୟୟନ କରୁଥିବା ଯୋରକୂଳ, ରଙ୍ଗିପୁର ଓ ଧରସ ଗ୍ରାମର ଛାତ୍ର ଛାତ୍ରୀ ମାନେ ଉପକୃତ ହୋଇପାରିବେ। ବିଦ୍ୟାଳୟର ମୌଳିକ ସୁବିଧା ପ୍ରତି ବିଭାଗୀୟ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories