ନୂଆଦିଲ୍ଲୀ : ପଞ୍ଜାବ ପର୍ଯ୍ୟଟନ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ନବଜୋତ୍ ସିଂହ ସିଧୁ ପାକିସ୍ତାନକୁ ଖୁବ୍ ଭଲ ପାଉଛନ୍ତି। ସବୁବେଳେ ସେ ପାକିସ୍ତାନର ପ୍ରଶଂସା କରୁଛନ୍ତି। ପାକିସ୍ତାନ ପ୍ରତି ସିଧୁଙ୍କର ଏତେ ଭଲପାଇବା ଥିବାରୁ ସେ ଇମ୍ରାନ ଖାଁଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଯାଆନ୍ତୁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର। କସୌଲି ସାହିତ୍ୟ ଉତ୍ସବରେ ଶନିବାର ସିଧୁ ଦେଇଥିବା ମନ୍ତବ୍ୟ ‘ଭାଷାଗତ ସମସ୍ୟା ଦୃଷ୍ଟିରୁ ଦକ୍ଷିଣ ଭାରତ ଯିବା ଅପେକ୍ଷା ପାକିସ୍ତାନ ଯିବା ଭଲ’ର ଜବାବରେ ପାତ୍ର ଏହା କହିଛନ୍ତି। କଂଗ୍ରେସ ଭାରତକୁ ଦକ୍ଷିଣ-ଉତ୍ତର ଆଧାରରେ ବିଭାଜନ କରିବାକୁ ଚାହୁଁଥିବା ସେ ଅଭିଯୋଗ କରିଛନ୍ତି।
Popular Categories



