www.samajalive.in
Saturday, December 6, 2025
16.1 C
Bhubaneswar

ଜନସନ ଆଣ୍ଡ ଜନସନ କମ୍ପାନୀର ଦାବି ; ସମସ୍ତ ଭାରିଆଣ୍ଟ ଉପରେ ପ୍ରଭାବୀ ଏହି ଟିକା

ଜନସନ ଆଣ୍ଡ ଜନସନ ଆମେରିକୀୟ ଫାର୍ମା କମ୍ପାନୀ କରୋନା ଟିକାକୁ ନେଇ ଏକ ଦାବି କରିଛି। ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ସିଙ୍ଗଲ ଡୋଜ୍‍ କୋଭିଡ ଟିକା ଡେଲ୍ଟା ଭାରିଆଣ୍ଟକୁ ମାତ୍‍ ଦେବାରେ ସକ୍ଷମ ବୋଲି କମ୍ପାନୀ ଦାବି କରିଛି। ସିଙ୍ଗଲ ଡୋଜ୍‍ ଟିକା ଗମ୍ଭୀର ରୋଗୀଙ୍କ କ୍ଷେତ୍ରରେ ଏହା ୮୫ % ପ୍ରଭାବୀ ବୋଲି ଦାବି ହୋଇଛି। କମ୍ପାନୀର କହିବା ଅନୁଯାୟୀ, ଏହି ସିଙ୍ଗଲ୍‍ ଡୋଜ୍‍ ଟିକା ନେଲେ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିବ ନାହିଁ। ମୃତ୍ୟୁ ମଧ୍ୟ ହେବ ନାହିଁ। ଜନସନ ଆଣ୍ଡ ଜନସନର ମୁଖ୍ୟ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଏହି ଟିକା ବିଶ୍ୱବ୍ୟାପୀ ଲୋକଙ୍କ ଜୀବନ ବଞ୍ଚାଇବ। କମ୍ପାନୀ କହିବା ଅନୁଯାୟୀ, ଭ୍ୟାକ୍ସିନର ପ୍ରଥମ ପାନ ନେବାର ୨୯ ଦିନ ଭିତରେ ଡେଲ୍ଟା ଭାରିଆଣ୍ଟ ନଷ୍ଟ ହୋଇଯାଇଥିଲା। ଏହାସହ ଟିକା ନେବାର ବର୍ଷେ ଯାଏଁ ବୁଷ୍ଟର ଡୋଜର ଆବଶ୍ୟକତା ନଥିବା କମ୍ପାନୀ କହିଛନ୍ତି। ଭାରତ ସରକାର ଜନସନ ଆଣ୍ଡ ଜନସନ ଟିକା ନେଇ କମ୍ପାନୀ ସହ ଆଲୋଚନା କରୁଛନ୍ତି ବୋଲି ସୂଚନା ମିଳିଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories