www.samajalive.in
Wednesday, December 10, 2025
23.1 C
Bhubaneswar

ଯୋଗିନ୍ଦରଙ୍କୁ ଆଇସିସିର ପ୍ରଶଂସା

ନୂଆଦିଲ୍ଲୀ : ପ୍ରଥମ ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପ -୨୦୦୭ ଚମ୍ପିଆନ ଭାରତୀୟ ଦଳର ହିରୋ ପୂର୍ବତନ କ୍ରିକେଟର ତଥା ପୁଲିସ ଅଧିକାରୀ ଯୋଗିନ୍ଦର ଶର୍ମାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ଭୂୟସୀ ପ୍ରଶଂସା କରିଛି। ଦେଶରେ ଦେଖା ଦେଇଥିବା କରୋନା ଭାଇରସ୍ ମୁକାବିଲା ଦିଗରେ ଜଣେ ପୁଲିସ ଅଧିକାରୀ ଭାବେ ସମର୍ପିତ ଭାବେ ଯୋଗିନ୍ଦର କାର୍ୟ୍ୟ କରୁଛନ୍ତି। ତାଙ୍କର ଏଭଳି କର୍ତ୍ତବ୍ୟନିଷ୍ଠାକୁ ଆଇସିସି ପ୍ରଶଂସା କରିଛି। ହରିୟାଣା ପୁଲିସରେ ଡିଏସପି ଭାବେ କାର୍ୟ୍ୟରତ ଯୋଗିନ୍ଦର କରୋନା ଭାଇରସ୍ ମୁକାବିଲା ଲାଗି ସାରା ଦେଶ ଲକ୍‌ଡାଉନ୍ ହୋଇଥିବାବେଳେ ଲୋକମାନେ ଯେପରି ସମସ୍ୟାରେ ନପଡ଼ନ୍ତି ସେ ନେଇ ନିଜ ରାଜ୍ୟରେ କାର୍ୟ୍ୟ କରୁଛନ୍ତି। କେବଳ ଯୋଗିନ୍ଦର ନିଜର କାର୍ୟ୍ୟ ସମ୍ପାଦନ କରୁନାହାନ୍ତି ବଂର କରୋନା ମୁକାବିଲା ଦିଗରେ ଲୋକମାନଙ୍କୁ ସ​ଚେ‌ତନ ମଧ୍ୟ କରୁଛନ୍ତି। ସାରା ଦେଶ ଏବେ କୋଭିଡ଼-୧୯ ସହ ଲଢେଇ କରୁଛି। ଏଭଳି ସ୍ଥିତିରେ ଯୋଗିନ୍ଦରଙ୍କ କାର୍ୟ୍ୟ ବେଶ ପ୍ରଶଂସନୀୟ ବୋଲି ଆଇସିସି ତାର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛି। ଯୋଗିନ୍ଦର ରାସ୍ତାରେ ପାଟ୍ରୋଲିଂ କରିବା ସହିତ ଲୋକମାନଙ୍କୁ ସାହାଯ୍ୟ ଓ ସଚେତନତା କରୁଛନ୍ତି। ମୁଁ ଜଣେ ଭାରତୀୟ ଭାବେ ମୋ ଦାୟିତ୍ବକୁ ସୁଚାରୁରୂପେ ସମ୍ପାଦକ କରୁଛି ବୋଲି ଯୋଗିନ୍ଦର କହିଛନ୍ତି।
ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ୨୦୦୭ ଟ୍ବେଣ୍ଟି୨୦ ବିଶ୍ବକପ ଫାଇନାଲ ମ୍ୟାଚର ଅନ୍ତିମ ଓଭର ବୋଲିଂ କରିବାକୁ ଯୋଗିନ୍ଦର ଓହ୍ଲାଇଥିଲେ। ଅନ୍ତିମ ଓଭରର ତୃତୀୟ ବଲ୍‌ରେ ପାକିସ୍ତାନ ଅଧିନାୟକ ମିସବା ଉଲ୍‌ ହକଙ୍କୁ ଶ୍ରୀସନ୍ଥଙ୍କ ହାତରେ କ୍ୟାଚଆଉଟ୍‌ କରି ଭାରତକୁ ୫ ରନରେ ବିଜୟୀ କରାଇଥିଲେ। ଏହି ସଫଳତାର ୧୩ ବର୍ଷ ପରେ ଯୋଗିନ୍ଦର ପୁଣି ଥରେ ଦେଶକୁ ଗର୍ବିତ କରିଛନ୍ତି। ଏହି ସଫଳତା ପରେ ଯୋଗିନ୍ଦରଙ୍କୁ ହରିୟାଣା ସରକାର ଡିଏସ୍‌ପି ଭାବେ ନିଯୁକ୍ତି ଦେଇଥିଲେ। ଯୋଗିନ୍ଦର ୪ଟି ଲେଖାଏଁ ଟ୍ବେଣ୍ଟି୨୦ ଓ ଦିନିକିଆ ମ୍ୟାଚ ଖେଳିଛନ୍ତି।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories