www.samajalive.in
Monday, December 8, 2025
13.1 C
Bhubaneswar

ପ୍ରାର୍ଥୀ ଯୋଗେଶ ସିଂଙ୍କ ବିରୋଧରେ ମାମଲା ରୁଜୁ

ସୁନ୍ଦରଗଡ଼ : ବିଧାୟକ ପ୍ରାର୍ଥୀ ଯୋଗେଶ ସିଂ, ତାଙ୍କ ଭାଇ ରିତେଶ ସିଂ ଓ ସମର୍ଥକଙ୍କ ବିରୁଦ୍ଧରେ ଅପହରଣ, ଭଙ୍ଗାରୁଜା ଓ ମହିଳା, ଛୁଆଙ୍କୁ ଆକ୍ରମଣ ସମେତ ବିଭିନ୍ନ ସଂଗିନ ଦଫାରେ ଭଷ୍ମା ଥାନାରେ ଏକ ମାମଲା ରୁଜୁ ହୋଇଛି। ଭଷ୍ମା ପୁଲିସ ୧୧ଟି ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗର ବିବରଣୀରୁ ପ୍ରକାଶ, ଭଷ୍ମା ଥାନା ଅନ୍ତର୍ଗତ ରାଏବଗା ଗ୍ରାମର ବୀଣା ଗହିର ବୁଧବାର ଅପରାହ୍ନରେ ଭଷ୍ମା ଥାନାରେ ପହଞ୍ଚି ଗତ ୧୭.୪.୨୦୧୯ ରାତି ୧୦ଟାରେ ବିଜେଡ଼ି ପ୍ରାର୍ଥୀ ଯୋଗେଶ ସିଂ ଓ ତାଙ୍କ ୫୦ ରୁ ୬୦ ସମର୍ଥକ ତାଙ୍କ ସହ ଅନ୍ୟମାନଙ୍କୁ ଆକ୍ରମଣ କରିବା ସହ ଜଣକୁ ଅପହରଣ କରିନେଇଥିବା ଅଭିଯୋଗ କରିଛନ୍ତି । ଅଭିଯୋଗକାରିଣୀଙ୍କ ଭାଇ ରଞ୍ଜିତ ଗହିର ମଗଧ କୁଆଡ଼େ ଯୋଗେଶ ସିଂ ଓ ତାଙ୍କ ସମର୍ଥକମାନେ ଟଙ୍କା ବାଣ୍ଟୁ ଥିବା ବେଳେ ଫଟୋ ଉଠାଇଥିବାରୁ ଏଥିରେ ପ୍ରତିଶୋଧ ପ୍ରରାୟଣ ହୋଇ ଏକାଣ୍ଡ ଭିଆଇଛନ୍ତି ବୋଲି କହିଛନ୍ତି । ଅଭିଯୋଗକାରିଣୀଙ୍କ ବାପା ତୁଳାରାମ ଗହିର ମଗଧ ଗୁରୁତର ଭାବେ ଆହତ ହୋଇ ପ୍ରଥମେ ଝାରସୁଗୁଡ଼ା ଓ ପରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି । ପରିବାରର ସମସ୍ତ ସଦସ୍ୟ ଚିକିତ୍ସା, ଆନୁସାଙ୍ଗିକ କାର୍ଯ୍ୟରେ ବ୍ୟସ୍ତ ଓ ଭୟଭିତ ଥିବାରୁ ଏତଲା ଦେବାରେ ବିଳମ୍ବ ହେଲା ବୋଲି ଅଭିଯୋଗପତ୍ରରେ ଦର୍ଶାଇଛନ୍ତି । ଏ ସଂପର୍କରେ ମତାମତ ନେବା ପାଇଁ ଯୋଗେଶ ସିଂଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇପାରିନଥିଲା ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories