www.samajalive.in
Sunday, December 14, 2025
23.1 C
Bhubaneswar

ଛାତ୍ର ଜୀବନରୁ ଶେଷ ସମୟ ପର୍ଯ୍ୟନ୍ତ ସମାଜର ଅବହେଳିତ ଲୋକଙ୍କ ଲାଗି କାମ କରିଥିଲେ ବିଶିଷ୍ଟ ଶ୍ରମିକନେତା ଯୋଗେନ୍ଦ୍ରନାଥ ତ୍ରିପାଠୀ

ଭୁବନେଶ୍ୱର: ବିଶିଷ୍ଟ ସମାଜବାଦୀ ନେତା, ଶ୍ରମିକ ନେତା, କେନ୍ଦୁପତ୍ର କର୍ମଚାରୀ ସଂଘର ସାଧାରଣ ସମ୍ପାଦକ, ହିନ୍ଦ୍ ମଜଦୁର ସଭାର ସାଧାରଣ ସମ୍ପାଦକ, ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି, ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ପ୍ରଥମ ଅଧ୍ୟକ୍ଷ ଓ ବିହନ ନିଗମର ପୂର୍ବର୍ତନ ଅଧ୍ୟକ୍ଷ ସାଥୀ ଯୋଗେନ୍ଦ୍ରନାଥ ତ୍ରିପାଠୀଙ୍କ ବିୟୋଗରେ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ତରଫରୁ ସ୍ଥାନୀୟ ଲୋହିଆ ଏକାଡ଼େମୀଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମୃ୍ତିସଭାରେ ଏଚ୍ଏମ୍ଏସର ସଭାପତି କୃଷ୍ଣଚନ୍ଦ୍ର ପାତ୍ର ସଭାପତିତ୍ୱ କରି କହିଥିଲେ ଯେ, ଯୋଗେନ୍ଦ୍ର ତ୍ରିପାଠୀ ଛାତ୍ର ଜୀବନରୁ ସମାଜବାଦୀ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବିଶ୍ୱନାଥ ପଣ୍ଡିତଙ୍କ ଆଦର୍ଶରେ ତାଙ୍କର କାର୍ଯ୍ୟ ମେହେନ୍ତର ମାନଙ୍କର ଅଧିକାର ପାଇଁ ଲଢେଇ କରି ଆଜି ସମାଜରେ ଜଣେ ଦରଦୀ ବନ୍ଧୁ ଭାବରେ ଖ୍ୟାତି ଅର୍ଜନ କରିଥିଲେ।
ପୂର୍ବତନ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଶ୍ରଦ୍ଧାସୁମନ କରି କହିଲେ ଯେ, ଯୋଗୀବାବୁ ଛାତ୍ର ଜୀବନରୁ ଶେଷ ସମୟ ପର୍ଯ୍ୟନ୍ତ ସମାଜର ଅବହେଳିତ ଲୋକମାନଙ୍କ ଲାଗି କାମ କରିଥିଲେ ଓ ତାଙ୍କର କାର୍ଯ୍ୟ ତାଙ୍କୁ ସମାଜରେ ସବୁଦିନ ପାଇଁ ଅମର ରଖିବ। ସିଟୁର ନେତା ଜନାର୍ଦ୍ଦନ ପତି ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଦେଶ ଆଜି ଯେଉଁ ସଙ୍କଟ ଦେଇ ଗତି କରୁଛି, ଯୋଗୀବାବୁଙ୍କ ପରି ଟାଣୁଆ ଶ୍ରମିକନେତାଙ୍କ ବିୟୋଗ ଆମ ଲାଗି ଏକ ଶୂନ୍ୟସ୍ଥାନ ସଦୃଶ ହୋଇଛି, ମାତ୍ର ତାଙ୍କର ସ୍ୱପ୍ନକୁ ସାକାର କରିବା ଲାଗି ଆମକୁ ଆହୁରି ସଂଗଠିତ ହେବାକୁ ପଡ଼ିବ। ଏଆଇଟିୟୁସିର ନେତା ରାମକୃଷ୍ଣ ପଣ୍ଡା ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ ଯେ, ଦେଶରେ ଯେଭଳି ଭାବରେ କୃଷକ ଓ ଶ୍ରମିକମାନଙ୍କ ଉପରେ ଦମନ ଚାଲିଛି, ସେ ସମୟରେ ଯୋଗୀବାବୁ ଆମକୁ ଛାଡ଼ି ଚାଲିଯିବା ଏକ ଦୁଃଖକ ଘଟଣା।

 

- Advertisement -

ଏଆଇୟୁଟିୟୁସିର ଜୟସେନ ମେହେର କହିଥିଲେ ଯେ ଯୋଗୀବାବୁଙ୍କ ସଂଗ୍ରାମ ତାଙ୍କୁ ଅମର ରଖିବା ସହିତ ତାଙ୍କର କାର୍ଯ୍ୟଧାରାକୁ ଆଗେଇ ନେବାକୁ ଆହ୍ୱାନ ଦେଇଥିବା ବେଳେ ଏଆଇସିସିଟିୟୁର ନେତା ମହେନ୍ଦ୍ର ପରିଡ଼ା ଶ୍ରଦ୍ଧାସୁମନ ଜଣାଇ କହିଥିଲେ ଯେ, ଯୋଗୀବାବୁ ଜାତୀୟ ସମ୍ପତ୍ତିର ଘରୋଇକରଣକୁ ତୀବ୍ର ବିରୋଧ କରିବା ସହିତ ଅସଂଗଠିତ ଶ୍ରମିକମାନଙ୍କ ଅଧିକାର ଲାଗି ସଦାସର୍ବଦା ଲଢେଇ କରୁଥିଲେ। ଏଲ୍ପିଏଫର ନେତା ମନୋରଞ୍ଜନ ମହାରଣା କହିଥିଲେ ଯେ ଶ୍ରମିକମାନଙ୍କ ପାଇଁ କାର୍ଯ୍ୟ କରିବା ପାଇଁ ଯୋଗୀବାବୁ ତାଙ୍କ ଲାଗି ଏକ ପ୍ରେରଣାର ଉତ୍ସ ଥିଲେ। ଆଇଏନ୍ଟିୟୁସିର ନେତ୍ରୀ ପ୍ରଣତୀ ମିଶ୍ର ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ ଯେ ଯୋଗୀବାବୁ ଜଣେ ଦରଦୀ ଓ କର୍ତ୍ତବ୍ୟ ପରାୟଣ ମଣିଷ ଥିଲେ ଓ ସମାଜର ସବୁସ୍ତରର ଲୋକମାନଙ୍କ ଭିତରେ ସମତା ଲାଗି ଲଢେଇ କରୁଥିଲେ। ବିଶିଷ୍ଟ ଶ୍ରମିକ ତଥା ଏଚ୍ଏମ୍ଏସର ବରିଷ୍ଠ ନେତା ପଞ୍ଚାନନ ସେନାପତି ତାଙ୍କର ଶ୍ରଦ୍ଧାସୁମନରେ ଯୋଗୀବାବୁଙ୍କ କାର୍ଯ୍ୟକୁ ନେଇ ଏକ ସ୍ମରଣିକା ପ୍ରକାଶ କରିବାକୁ ପ୍ରସ୍ତାବ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଯୁକ୍ତା ମହଲ, ରାଜେନ୍ଦ୍ର ଦାସ, ପ୍ରଭାସ ସାମନ୍ତରାୟ, ଲକ୍ଷ୍ମୀପ୍ରିୟା ମହାନ୍ତି ପ୍ରମୁଖ ଶ୍ରଦ୍ଧାସୁମନ ଜଣାଇଥିଲା ବେଳେ ଏଚ୍ଏମ୍ଏସର ଉପସଭାପତି ଯୁଗଳ ନାୟକ ସ୍ମୃତିସଭାକୁ ପରିଚାଳନା କରିଥିଲେ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories