ଭୁବନେଶ୍ୱର: ଚାକିରୀ କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଜଣେ ମହିଳାଙ୍କୁ ପୁଲିସ ଗିରଫ କରିଛି। ମହିଳା ଜଣକ ହେଲେ ଦିବ୍ୟା ଭାରତୀ। ଅସ୍ତରଙ୍ଗ ପୁଲିସ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମହିଳାଙ୍କ ଅନ୍ୟ ଜଣେ ସହଯୋଗୀ ଫେରାର ହୋଇଯାଇଛନ୍ତି।
ସୂଚନା ଅନୁଯାୟୀ, ପୁରୀ ଜିଲା ଅସ୍ତରଙ୍ଗ ବାଲିଡିହା ଗ୍ରାମର ଦୁଇ ଜଣ ଯୁବତୀଙ୍କୁ ଚାକିରୀ କରାଇ ଦେବାକୁ ଦିବ୍ୟା କହିଥିଲେ। ଯୁବତୀ ଦୁଇଜଣଙ୍କ ଠାରୁ ଦିବ୍ୟା ସେମାନଙ୍କ ସାର୍ଟିଫିକେଟ ସହ ୨୦ହଜାର ଟଙ୍କା ନେଇ ଯାଇଥଲେ। ଟଙ୍କା ନେବା ପରେ ଯୁବତୀମାନେ ଫୋନ କରିବା ସତ୍ତ୍ବେ ସେ ଫୋନ ନ ଉଠାଇବାରୁ ଯୁବତୀ ଅସ୍ତରଙ୍ଗ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଦିବ୍ୟାଙ୍କୁ ଗିରଫ କରିଛି।
ଚାକିରୀ ନାଁରେ ଠକେଇ, ମହିଳା ଗିରଫ
Popular Categories



