www.samajalive.in
Saturday, December 6, 2025
19.1 C
Bhubaneswar

ଆସନ୍ତା ସୋମବାର ଲୋକାର୍ପିତ ହେବ ହରଭଙ୍ଗା ଜେଏମଏଫସି କୋର୍ଟ ନୂତନ କୋଠା

ହରଭଙ୍ଗା: ଆସନ୍ତା ସୋମବାର ହରଭଙ୍ଗା ଜେଏମଏଫସି କୋର୍ଟ ନୂତନ କୋଠାଘର ଲୋକାର୍ପିତ ପାଇଁ ମାନ୍ୟବର ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ସ୍ୱୀକୃତି ପ୍ରଦାନ କରିଛନ୍ତି। ସକାଳ ୯.୩୦ ସମୟରେ ଆଭାସୀ(ଭର୍ଚୁଆଲ ମୋଡ) ଜରିଆରେ ଏହାର ଲୋକାର୍ପଣ କାର୍ଯ୍ୟକ୍ରମ କରାଯିବା ପାଇଁ ସମୟ ସ୍ଥିରିକୃତ ହୋଇଛି। ଲୋକାର୍ପଣ କାର୍ଯ୍ୟକ୍ରମରେ ମାନ୍ୟବର ହାଇକୋର୍ଟ ବିଚାରପତି ସାବିତ୍ରୀ ରଥଙ୍କ ସହ ହରଭଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ବିଚାରପତି କାର୍ଯ୍ୟକ୍ରମରେ ଯୋଗଦାନ କରିବେ ବୋଲି ଚିଠିରେ ଦର୍ଶାଯାଇଛି।

ସୂଚନା ଥାଉ କି, ବହୁଦିନର ଦାବୀ ପରେ ହରଭଙ୍ଗା ବ୍ଲକର ଚାରିଛକଠାରେ ଗତ ୩୦ ଜାନୁୟାରୀରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ମାନ୍ୟବର ଓଡିଶା ହାଇକୋର୍ଟ ବିଚାରପତି ଡ.ଏସ.ମୁରଲୀଧରଙ୍କ କରକମଳରେ ଲୋକାର୍ପିତ ହୋଇଥିଲା। ବର୍ତମାନ କୋର୍ଟଟି ବ୍ଲକର ଏକ ଅସ୍ଥାୟୀ କୋଠାଘରେ ଚାଲୁରହିଛି। ହରଭଙ୍ଗା ଜେଏମଏଫସି କୋର୍ଟ ଲୋକାର୍ପଣର ୧୦ମାସ ପରେ ନୂତନ କୋର୍ଟ କୋଠାଘର ଚାରିଛକର ଫୁଲବାଣୀ ରାସ୍ତାରେ ଲୋକାର୍ପିତ ହେବାକୁ ଯାଉଛି। କମ ଦିନ ମଧ୍ୟରେ କୋର୍ଟର ନୂତନ ଗୃହ କାର୍ଯ୍ୟ ସମ୍ପାଦନ ହୋଇଥିବାରୁ ବ୍ଲକର ଜନସାଧାରଣ ଏକ ପୂର୍ଣ୍ଣାଙ୍ଗ ପ୍ରଥମ ଶ୍ରେଣୀ ବିଚାରବିଭଗୀୟ ଅଦାଲତର ସୁବିଧା ପାଇପାରିବେ ବୋଲି ସବୁ ମହଲରୁ ମତପ୍ରକାଶ ପାଉଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories