www.samajalive.in
Monday, December 8, 2025
14.1 C
Bhubaneswar

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ; ପ୍ରଥମ ଦିନରେ ଭାରତ ୨୫୮/୪

କାନପୁର : କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଗୁରୁବାରଠାରୁ ଆରମ୍ଭ ହୋଇଛି । ଭାରତ ଅଧିନାୟକ ଅଜିଙ୍କ୍ୟ ରାହାଣେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।  ଶୁଭମାନ ଗିଲ୍ (୫୨), ରବିନ୍ଦ୍ର ଜାଡେଜା (୫୦*) ଓ ଶ୍ରେୟସ୍ ଆୟର (୭୫*)ଙ୍କ ଅର୍ଦ୍ଧ ଶତକ ବଳରେ ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪ ୱିକେଟ ହରାଇ୨୫୮ ରନ ସଂଗ୍ରହ କରିଛି।

ଭାରତ ପକ୍ଷରୁ ମୟଙ୍କ ଅଗ୍ରୱାଲ ଓ ଶୁଭମାନ ଗିଲ ପାଳି ଆରମ୍ଭ କରିଥିଲେ। ମୟଙ୍କ ୧୩ ରନ କରି ଆଉଟ ହୋଇଥିବା ବେଳେ ଶୁଭମାନ ଗିଲ ଧୈର୍ଯ୍ୟର ସହ ବ୍ୟାଟିଂ କରି ୫୨ରନ୍ କରିଥିଲେ। ଚେତେଶ୍ଵର ପୂଜାରା ୨୬ ଓ ଅଧିନାୟକ ଅଜିଙ୍କ୍ୟ ରାହାଣେ ୩୫ ରନ କରି ଆଉଟ ହୋଇଥିଲେ। ତେବେ ରବିନ୍ଦ୍ର ଜାଡେଜା ଓ ଶ୍ରେୟସ୍ ଆୟର ପୁଣି ଥରେ  ଚମତ୍କାର ବ୍ୟାଟିଂ  କରି ଦଳର ସ୍ଥିତି ମଜବୁତ କରିଛନ୍ତି । ଜାଡେଜା  ତାଙ୍କର ୧୭ ତମ ଅର୍ଦ୍ଧଶତକ ପୂରଣ କରିଛନ୍ତି । ସେ ଶ୍ରେୟାସ ଆୟରଙ୍କ ସହ ପଞ୍ଚମ ୱିକେଟ୍ ପାଇଁ ଏକ ଶତକୀୟ ଭାଗିଦାରୀ କରିଥିଲେ।

- Advertisement -

ନିଜର ପ୍ରଥମ ଟେଷ୍ଟ ପଦାର୍ପଣରେ ଶ୍ରେୟାସ ଆୟର ଅର୍ଦ୍ଧଶତକ ହାସଲ କରିଛନ୍ତି । ପ୍ରଥମ ଦିନର ଖେଳ ଶେଷ ବେଳେକୁ ଶ୍ରେୟସ୍ ଆୟର (୭୫*)  ଓ ରବିନ୍ଦ୍ର ଜାଡେଜା (୫୦*) ରନ କରି ଅପରାଜିତ ଅଛନ୍ତି । ନ୍ୟୁଜିଲାଣ୍ଡ ପକ୍ଷରୁ କାଏଲ୍ ଜେମିସନ୍ ୩ଟି ୱିକେଟ ଅକ୍ତିଆର କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories