www.samajalive.in
Friday, December 12, 2025
14.1 C
Bhubaneswar

ଦିଲ୍ଲୀ ନିର୍ବାଚନରୁ ଓହରିଲା ଜନନାୟକ ଜନତା ପାର୍ଟି

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରୁ ବିଜେପିର ପୁଣି ଏକ ସହଯୋଗୀ ଦଳ ଓହରିଯାଇଛି। ସୋମବାର ଶିରୋମଣି ଅକାଳି ଦଳ ନିର୍ବାଚନରେ ଅଂଶଗ୍ରହଣ କରିବ ନାହିଁ ବୋଲି ଘୋଷଣା କରିଥିବାବେଳେ ଏହାର ୨୪ଘଣ୍ଟା ନ ପୂରୁଣୁ ହରିୟାଣା ସରକାରରେ ବିଜେପି ସହ ମେଣ୍ଟ କରିଥିବା ଦୁଷ୍ୟନ୍ତ ଚୌତାଲାଙ୍କ ଜନନାୟକ ଜନତା ପାର୍ଟି (ଜେଜେପି) ପ୍ରତିଦ୍ବନ୍ଦ୍ବିତାରୁ ଓହରିଯାଇଛି। ନିର୍ବାଚନ ଚିହ୍ନକୁ ନେଇ ବିବାଦ ସୃଷ୍ଟି ହେବା ପରେ ଜେଜେପି ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି କହିଛନ୍ତି ଦୁଷ୍ୟନ୍ତ। ନିର୍ବାଚନ ଆୟୋଗ ଦଳକୁ ଏକ ନୂଆ ପ୍ରତୀକରେ ଲଢ଼ିବାକୁ କହିବା ପରେ ଦୁଷ୍ୟନ୍ତ ଏଭଳି ନିଷ୍ପତ୍ତି ନେଇଛନ୍ତି। ତାଙ୍କ ଦଳ ପାଇଁ ପ୍ରତୀକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସେ ସ୍ପଷ୍ଟ କରିଛନ୍ତି। ଜେଜେପି ନିର୍ବାଚନ ଆ​ୟୋଗଙ୍କ ନିକଟରେ ଚାବି କିମ୍ବା ଚପଲ ଚିହ୍ନରେ ଲଢ଼ିବାକୁ ପ୍ରସ୍ତାବ ଦେଇଥିଲା; କିନ୍ତୁ ଏହି ଚିହ୍ନକୁ ଅନ୍ୟ ପ୍ରାର୍ଥୀଙ୍କୁ ପ୍ରଦାନ କରାଯିବା ସହ ଶେଷ ମୁହୂର୍ତ୍ତରେ ତାଙ୍କ ଦଳକୁ ଏକ ନୂଆ ଚିହ୍ନ ଦିଆଯିବା ଅସଂଗତ ବୋଲି ଦୁଷ୍ୟନ୍ତ କହିଛନ୍ତି। ପୂର୍ବରୁ ଦୁଷ୍ୟନ୍ତ ଦିଲ୍ଲୀ ନିର୍ବାଚନ ପାଇଁ ଦଳର ଇସ୍ତାହାର ଘୋଷଣା କରିସାରିଥିଲେ ଏବଂ ବିଜେପି ସହିତ ମେଣ୍ଟ ସମ୍ପର୍କରେ କିଛି ଚୂଡ଼ାନ୍ତ ହୋଇ ନ ଥିଲା। ଅକାଳୀ ଦଳକୁ ସଂଶୋଧିତ ନାଗରିକତ୍ବ ଆଇନ (ସିଏଏ) ସମ୍ପର୍କରେ ଆଭିମୁଖ୍ୟ ପରିବର୍ତ୍ତନ ପାଇଁ ବିଜେପି ବାଧ୍ୟ କରିବା ପରେ ପ୍ରତିବାଦ ସ୍ବରୂପ ପଞ୍ଜାବର ଏହି ଦଳ ନିର୍ବାଚନରୁ ଓହରିଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories