ଦୀପାବଳିରୁ ଜିଓଫୋନ୍ ନେକ୍ସଟ୍
ଭୁବନେଶ୍ୱର: ଜିଓ ଓ ଗୁଗୁଲ୍ ପକ୍ଷରୁ ମିଳିତ ଭାବେ ଡିଜାଇନ୍ କରାଯାଇଥିବା ବହୁ ପ୍ରତିକ୍ଷୀତ ଜିଓଫୋନ୍ ନେକ୍ସଟ୍ ଦୀପାବଳିରେ ଷ୍ଟୋର୍ଗୁଡ଼ିକରେ ଉପଲବ୍ଧ ହେବ ବୋଲି ଆଜି ଉଭୟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ବଳକା ରାଶିକୁ ୧୮ କିମ୍ବା ୨୪ ମାସିଆ ସହଜ କିସ୍ତି ଜରିଆରେ ପ୍ରଦାନ କରାଯାଇପାରିବ । କଂପାନି ପକ୍ଷରୁ ଜିଓଫୋନ୍ ନେକ୍ସଟ୍କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ପ୍ଲାନ୍ ସହ ବଣ୍ଡଲ୍ଡ କରାଯାଇଛି । ଏହା ଜରିଆରେ ଗ୍ରାହକମାନେ ପ୍ଲାନ୍ ସହି୍ତ ଜିଓଫୋନ୍ ନେକ୍ସଟ୍ର କିସ୍ତି ମଧ୍ୟ ସହଜରେ ଭରଣା କରିପାରିବେ ।ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ କମ୍ପାନୀ ପକ୍ଷରୁ ମାସିକ ୩୦୦ ଟଙ୍କାରୁ ଆରମ୍ଭ କରି ୬୦୦ ଟଙ୍କା ପର୍ଯ୍ୟନ୍ତ କିସ୍ତିରେ ବିଭିନ୍ନ ବଣ୍ଡଲ୍ଡ ପ୍ଲାନ୍ ଘୋଷଣା କରାଯାଇଛି । ତେବେ ସହଜ କିସ୍ତି ବଦଳରେ ସିଧାସଳଖ ଜିଓଫୋନ ନେକ୍ସଟ୍ କିଣିବାକୁ ଚାହୁଁଥିବା ଗ୍ରାହକ ଏକକାଳୀନ ୬୪୯୯ ଟଙ୍କାରେ ଏହା କିଣିପାରିବେ । ଡୁଆଲ ସିମ୍ ସୁବିଧା ରହିଥିବା ଜିଓଫୋନ ନେକ୍ସଟ୍ ରେ ରହିଛି ଅନେକ ଅଭିନବ ଓ ଆକର୍ଷଣୀୟ ଫିଚର । ଏହି ଫୋନରେ ୫.୪୫ ଇଂଚର ଏଚଡି ଟଚ୍ ସ୍କ୍ରିନ ସହିତ କର୍ଣ୍ଣର ଗରିଲା ଗ୍ଲାସ୍ ଥ୍ରୀ ରହିଛି ।ଏଥି ସହିତ ୨ ଜିବି ରାମ୍, ୬୪ ବିଟ୍ ସିପିୟୁ ସହିତ କ୍ୱାଡକୋର୍ କ୍ୟୁଏମ୍ ୨୧୫ ଚିପ୍ ସେଟ୍ ଏବଂ ୩୨ ଜିବି ଇଂଟରନାଲ ମୋମାରି ସାଙ୍ଗକୁ ୫୧୨ ଜିବି ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇପାରିବା ଭଳି ଏସଡି କାର୍ଡ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି । ଜିଓଫୋନ ନେକ୍ସଟ୍ ରେ ସବୁଠାରୁ ଭଲ ରହିଛି କ୍ୟାମେରା ଓ ବ୍ୟାଟେରୀ କ୍ଷମତା ।୧୩ ମେଗା ପିକ୍ସେଲ୍ ପଛ କ୍ୟାମେରା ଓ ୮ ମେଗା ପିକ୍ସେଲ୍ ସାମ୍ନା ସେଲ୍ଫି କ୍ୟାମେରା ସାଙ୍ଗକୁ ନାଇଟ୍ ମୋଡ୍, ପୋଟ୍ରେଟ୍ ମୋଡ୍ ତଥା ଏଚ୍ଡିଆର୍ ମୋଡ୍ ସହିତ ଦୀପାବଳି ଭଲି ଭାରତୀୟ ପର୍ବ ପର୍ବାଣୀ ପାଇଁ ସ୍ୱତନ୍ତ୍ର ଫିଲଟର ଉପଲବ୍ଧ ରହିଛି । ଏହି ଫୋନରେ ୩,୫୦୦ ଏମ୍ଏଚ୍ କ୍ଷମତାର ବ୍ୟାଟେରୀ ରହିଛି ଯାହା ସାଧାରଣ ବ୍ୟବହାର କ୍ଷେତ୍ରରେ ଥରେ ସମ୍ପୂର୍ଣ୍ଣ ଚାର୍ଜ ହେଲେ ୩୬
Comments are closed.