www.samajalive.in
Friday, December 12, 2025
14.1 C
Bhubaneswar

୪ଜି ଡାଉନଲୋଡ ସ୍ପିଡ଼ରେ ସମସ୍ତଙ୍କୁ ପଛରେ ପକାଇ ଆଗରେ ଜିଓ

ଭୁବନେଶ୍ୱର : ହାରାହାରି ୪ଜି ଡାଉନଲୋଡ ସ୍ପିଡ଼ରେ କ୍ରମାଗତ ଉତ୍ତମ ପ୍ରଦର୍ଶନ ଜାରି ରଖି ରିଲାଏନ୍ସ ଜିଓ ୨୦୨୦ ଜାନୁୟାରୀ ମାସରେ ସେକେଣ୍ଡ ପ୍ରତି ୨୦.୯ ମେଗାବିଟ (ଏମବିପିଏସ) ହାରାହାରି ଡାଉନଲୋଡ ସ୍ପିଡ଼ ସହିତ ଅନ୍ୟ ସମସ୍ତ ଟେଲିକମ ଅପରେଟରମାନଙ୍କ ଠାରୁ ଯଥେଷ୍ଟ ଆଗରେ ରାହିଥିବା ଭାରତୀୟ ଟେଲିକମ ନିୟାମକ କର୍ତୃପକ୍ଷ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟରୁ ଜଣାପଡିଛି । ଏହି ତଥ୍ୟ ଅନୁସାରେ ସର୍ବଭାରତୀୟ ସ୍ତରରେ ହାରାହାରି ୪ଜି ଡାଉନଲୋଡ ସ୍ପିଡ଼ରେ ଜିଓ ସର୍ବାଗ୍ରେ ରହିଥିବା ବେଳେ ଅପ୍ଲୋଡ ସ୍ପିଡ଼ରେ ଭୋଡାଫୋନ ଆଗରେ ରହିଛି ।

ଜାନୁୟାରୀ ମାସ ପାଇଁ ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ଼ ୨୦.୯ ଏମବିପିଏସ ରହିଥିବା ବେଳେ ଏହି ଅବଧିରେ ଭାରତୀ ଏୟାରଟେଲର ହାରାହାରି ଡାଉନଲୋଡ ସ୍ପିଡ଼ ୭.୯ ଏମବିପିଏସ , ଭୋଡାଫୋନର ୭.୬ ଏମବିପିଏସ ଏବଂ ଆଇଡ଼ିଆର ୬.୫ ଏମବିପିଏସ ରହିଥିଲା । ଟ୍ରାଇ ଦ୍ୱାରା ଏହି ହାରାହାରି ସ୍ପୀଡ଼ ଏହାର ମାଇଁ ସ୍ପିଡ଼ ପୋର୍ଟାଲରେ ବାସ୍ତବ ସମୟରେ ସର୍ବଭାରତୀୟ ସ୍ତରରେ ସଂଗୃହିତ ତଥ୍ୟ ଆଧାରରେ ଆକଳିତ କରାଯାଇଥାଏ । ଯଦିଓ ଭୋଡାଫୋନ ଓ ଆଇଡ଼ିଆ ସେମାନଙ୍କ କମ୍ପାନୀର ମିଶ୍ରଣ କରିସାରିଛନ୍ତି ତେବେ ଉଭୟଙ୍କ ନେଟୱର୍କ ସମ୍ମିଶ୍ରଣ ପ୍ରକ୍ରିୟା ଜାରି ରହିଥିବାରୁ ଟ୍ରାଇ ସେମାନଙ୍କ ପ୍ରଦର୍ଶନକୁ ଭିନ୍ନଭାବେ ଆକଳିତ କରିଛି।

- Advertisement -

ଜାନୁୟାରୀ ମାସରେ ହାରାହାରି ୪ଜି ଅପ୍ଲୋଡ ସ୍ପିଡ଼ ନେଇ ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ସର୍ବଭାରତୀୟ ସ୍ତରରେ ଭୋଡାଫୋନ ୬ ଏମବିପିଏସ ହାରାହାରି ୪ଜି ଅପ୍ଲୋଡ ସ୍ପିଡ଼ ସହିତ ଆଗରେ ରହିଥିବା ବେଳେ ଆଇଡ଼ିଆର ଏହି ଅବଧିରେ ହାରାହାରି ୪ଜି ଅପ୍ଲୋଡ ସ୍ପିଡ଼ ୫.୬ ଏମବିପିଏସ, ରିଲାଏନ୍ସ ଜିଓ ର ୪.୬ ଏମବିପିଏସ ଏବଂ ଏୟାରଟେଲର ୩.୮ ଏମବିପିଏସ ରହିଥିବା ଜଣାପଡିଛି । ଟ୍ରାଇ ଦ୍ୱାରା ମାଇଁ ସ୍ପିଡ଼ ପୋର୍ଟାଲରେ ପ୍ରକାଶିତ ହାରାହାରି ୪ଜି ସ୍ପିଡ଼ ତଥ୍ୟ ଅନୁଯାୟୀ ଓଡ଼ିଶାରେ ଜାନୁୟାରୀ ମାସରେ ହାରାହାରି ୪ଜି ଡାଉନଲୋଡ ସ୍ପିଡ଼ରେ ରିଲାଏନ୍ସ ଜିଓ ୨୨.୭ ଏମବିପିଏସ ସ୍ପିଡ଼ ସହିତ ସର୍ବାଗ୍ରେ ରହିଥିବାବେଳେ ଏହାପଛକୁ ଭୋଡାଫୋନ ୧୩.୭ ଏମବିପିଏସ, ଏୟାରଟେଲ ୧୧.୬ ଏମବିପିଏସ ଏବଂ ଆଇଡ଼ିଆ ୭ ଏମବିପିଏସ ରହିଥିବା ଜଣାପଡିଛି । ସେହିଭଳି ଏହି ମାସରେ ଓଡ଼ିଶାରେ ହାରାହାରି ୪ଜି ଅପ୍ଲୋଡ ସ୍ପିଡ଼ରେ ଭୋଡାଫୋନ ୭.୯ ଏମବିପିଏସ ସହିତ ଆଗରେ ରହିଥିବା ବେଳେ ରିଲାଏନ୍ସ ଜିଓ ର ୫.୫ ଏମବିପିଏସ, ଆଇଡ଼ିଆର ୫.୩ ଏମବିପିଏସ ଏବଂ ଏୟାରଟେଲ ୪.୩ ଏମବିପିଏସ ରହିଥିବା ପ୍ରକାଶ ପାଇଛି ।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories