ଉପଗ୍ରହଭିତ୍ତିକ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରକୁ ପ୍ରବେଶ କଲା ଜିଓ

ନୂଆଦିଲ୍ଲୀ: ଜିଓ ପ୍ଲାଟଫର୍ମସ୍ ଏବଂ ବିଶ୍ୱରେ ଉପଗ୍ରହଭିତ୍ତିକ ଯୋଗାଯୋଗ ସେବା ଯୋଗାଣକାରୀ କମ୍ପାନୀ ଏସ୍‌ଇଏସ୍ ପକ୍ଷରୁ ଜିଓ ସ୍ପେଶ୍ ଟେକ୍ନୋଲୋଜି ନାମରେ ଏକ ମିଳିତ ଉଦ୍ୟୋଗ ଗଠନ ସମ୍ପର୍କରେ ଘୋଷଣା କରାଯାଇଛିି। ଏହି ନୂତନ ମିଳିତ ଉଦ୍ୟୋଗ ଦେଶବ୍ୟାପୀ ଉପଗ୍ରହଭିତ୍ତିକ ପ୍ରଯୁକ୍ତିର ବ୍ୟବହାର କରି ଦ୍ରୁତଗାମୀ ବ୍ରଡବ୍ୟାଣ୍ଡ୍ ସେବା ପ୍ରଦାନ କରିବ। ଜିଓ ପ୍ଲାଟଫର୍ମ୍‌ସ୍ ଏବଂ ଏସ୍‌ଇଏସ୍ ନିକଟରେ ଏହି ମିଳିତ ଉଦ୍ୟୋଗରେ ଯଥାକ୍ରମେ ୫୧% ଓ ୪୯% ଇକ୍ୱିଟି ଅଂଶ ରହିବ। ଏହି ମିଳିତ ଉଦ୍ୟୋଗ ମଲ୍‌ଟି ଅର୍ବିଟ ସ୍ପେଶ୍ ନେଟୱର୍କର ଉପଯୋଗ କରି ସେବା ଯୋଗାଇବ। ଏହି ନେଟୱର୍କରେ ଜିଓଷ୍ଟେସନାରୀ (ଜିଇଓ) ଏବଂ ମିଡିୟମ ଆର୍ଥ ଅର୍ବିଟ (ଏମ୍‌ଇଓ) ଉପଗ୍ରହଗୁଡିକର ଉପଯୋଗ କରାଯିବ। ନେଟୱର୍କର ମଲ୍‌ଟି ଗିଗାବିଟ୍ ଲିଙ୍କରୁ ଭାରତ ସମେତ ପଡୋଶୀ ରାଷ୍ଟ୍ରଗୁଡିକର ବ୍ୟବସାୟିକ, ମୋବାଇଲ ଏବଂ ଖୁଚୁରା ଗ୍ରାହକଙ୍କୁ ମଧ୍ୟ ସଂଯୁକ୍ତ କରାଯାଇପାରିବ।

prayash

ଏସ୍‌ଇଏସ୍ ୧୦୦ ଜିବିପିଏସ୍ କ୍ଷମତା ଉପଲବ୍ଧ କରାଇବ, ଯାହାକୁ ଜିଓ ନିଜର ମଜଭୁତ ବିକ୍ରୟ ନେଟୱର୍କ ଜରିଆରେ ବିକ୍ରି କରିବ। ନିବେଶ ଯୋଜନାର ଅଂଶସ୍ୱରୂପ ମିଳିତ ଉଦ୍ୟୋଗ ଦେଶ ଭିତରେ ସେବା ପ୍ରଦାନ କରିବା ଲାଗି ଭାରତରେ ବ୍ୟାପକ ଗେଟୱେ ଭିତିଭୂମି ବିକଶିତ କରିବ। ଏହି ଚୁକ୍ତି ମୁତାବକ ଜିଓ ଆଗାମୀ କିଛି ବର୍ଷ ମଧ୍ୟରେ ପ୍ରାୟ ୧୦୦ ନିୟୁତ ଆମେରିକୀୟ ଡଲାରର ଗେଟୱେ ଏବଂ ଉପକରଣ ଖରିଦ କରିବ। କମ୍ପାନୀ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ କୋଭିଡ-୧୯ ଆମକୁ ନୂତନ ଡିଜିଟାଲ ଅର୍ଥ ବ୍ୟବସ୍ଥାରେ ପୂର୍ଣ୍ଣ ସହଭାଗିତା ପାଇଁ ବ୍ରଡ୍‌ବ୍ୟାଣ୍ଡ୍ ପର୍ଯ୍ୟନ୍ତ ପହଂଚିବା ଜରୁରୀ ବୋଲି ଶିଖାଇଛି। ଏହି ମିଳିତ ଉଦ୍ୟୋଗ ଭାରତକୁ ଡିଜିଟାଲ ସେବା ସହିତ ଦୃଢ ଭାବରେ ସଂଯୁକ୍ତ କରିବ। ଏଥିସହିତ ଦୂରଦୂରାନ୍ତରେ ସ୍ୱାସ୍ଥ୍ୟସେବା, ସରକାରୀ ସେବା ଏବଂ ଶିକ୍ଷା ଆଦି ଉପଲବ୍ଧ କରାଇବାରେ ସହାୟକ ହେବ।

ଜିଓର ନିର୍ଦ୍ଦେଶକ ଆକାଶ ଅମ୍ବାନି କହିଛନ୍ତି, ଆମେ ନିଜର ଫାଇବର ଭିତିକ ସଂଯୋଗିକରଣ ଏବଂ ଏଫଟିଟିଏଚ୍ ବ୍ୟବସାୟ ସହିତ ୫ଜିରେ ନିବେଶ ଜାରି ରଖିବୁ। ସେହି ସମୟରେ ଏସ୍‌ଇଏସ୍ ସହିତ ଏହି ନୂଆ ମିଳିତ ଉଦ୍ୟୋଗ ମଲ୍‌ଟି ଗିଗାବିଟ୍ ବ୍ରଡବ୍ୟାଣ୍ଡ୍‌ର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବ। ଏସଇଏସ୍‌ର ସିଇଓ ଷ୍ଟିଭ କାଲର କହିଛନ୍ତି, ଜିଓ ପ୍ଲାଟଫର୍ମ୍‌ସ ସହିତ ମିଳିତ ଉଦ୍ୟୋଗ ଏହାର ଏକ ଅନନ୍ୟ ଉଦାହରଣ ଯେ ଏସଇଏସ୍ କିଭଳି ଉଚ୍ଚ ଗୁଣବତା ଭିତିକ ସଂଯୋଗକାରୀ ସେବା ପ୍ରଦାନ କରିବାକୁ ସର୍ବାଧିକ ବ୍ୟାପକ ଭୂପୃଷ୍ଠ ନେଟୱର୍କର ସହଭାଗୀ ହୋଇପାରୁଛି ଏବଂ ଏହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିପାରିବ।

kalyan agarbati

Comments are closed.