www.samajalive.in
Saturday, December 6, 2025
23.1 C
Bhubaneswar

୨୦୨୧ସୁଦ୍ଧା ଜିଓ ହେବ ଦେଶର ନଂ-୧ ଟେଲିିକମ କମ୍ପାନୀ

ନୂଆଦିଲ୍ଲୀ : ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ କମ୍ପାନୀ ୨୦୨୧ଶୁଦ୍ଧା ଦେଶର ନଂ-୧ ଟେଲିକମ କମ୍ପାନୀ ହେବ। ସାନଫୋଡ ସି ବର୍ନଷ୍ଟିନ୍‍ ଆଣ୍ଡ କମ୍ପାନୀ ନିଜ ରିପୋର୍ଟରେ ଏହି କଥା କହିଛନ୍ତି। ଜିଓ ୬ମାସ ପୂର୍ବେ ମାଗଣା ଭୟେସ କଲିଂ ଏବଂ ଡାଟା ସୁବିଧା ସହିତ ନିଜର ସେବା ଆରମ୍ଭ କରିଥିଲା। କମ୍ପାନୀ ପୂର୍ବବର୍ଷ କେବଳ ଡାଟା ସୁବିଧା ପାଇଁ ଶୁକ୍ଲ ରଖିବାସହ ଭୟସ କଲିଙ୍ଗକୁ ମାଗଣା ରଖିଥିଲା। ନିଜର ଏହି ସେବା ପାଇଁ କମ୍ପାନୀ ୨୨.୭କୋଟି ସବ୍ସକ୍ରିସନ ସହିତ ଭୋଡାଫୋନ-ଆଇଡିଆ, ଭାରତୀ ଏୟାରଟେଲ ପରେ ତୃତିୟ କମ୍ପାନୀ ଭାବେ ଦେଶରେ ସୁପରିଚିତ ହୋଇପାରିଛି।
ବର୍ନଷ୍ଟିନ କହିଛନ୍ତି, ୨୦୧୫ମସିହାରେ ଯେତେବେଳେ ସେ ଟେଲିକମ ବଜାରର କଭରେଜ ଆରମ୍ଭ କରିଥିଲେ ସେତେବେଳେ ତାଙ୍କୁ ଜଣାଥିଲା କି ଜିଓ ଭାରିତୀୟ ଟେଲିକମ ବଜାରର ପରିଧିକୁ ବଦଳାଇଦେବ। କାରଣ ଏହି କମ୍ପାନୀ ଦେଶର ସବୁଠାରୁ ବଡ ଶକ୍ତିଶାଳୀ ଲୋକଙ୍କର ଥିଲା। ବର୍ନଷ୍ଟିନ କହିଲେ- ଆମେ ଆଶା କରିଥିଲୁ କି ଜିଓର ଅନଲିମିଟେଡ କଲିଙ୍ଗ ସହିତ ବଡ ଡାଟା ପ୍ଲାନ ଦ୍ୱାରା ବଜାର ଉପରେ ଏହାର ପ୍ରଭାବ ପଡିବ। ଯାହାଦ୍ୱରା ଛୋଟ କମ୍ପାନୀ ମାନେ ଆମ ସହ ଦୌଡରେ ପଛରେ ପଡିଯିବେ। ମାତ୍ର ଆମ କମ୍ପାନୀ ଦେଶର ଶ୍ରର୍ବଶ୍ରେଷ୍ଠ ଟେଲିକମ କମ୍ପାନୀ ହୋଇଯିବ ବୋଲି ଆମେ ଜାଣିନଥିଲୁ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories