www.samajalive.in
Saturday, December 6, 2025
23.1 C
Bhubaneswar

ହାତୀ ପଲ ଦୁର୍ଗାପୁର ପାର୍କ ସମେତ ଘର ଭାଙ୍ଗିଲେ

ଝୁମ୍ପୁରା: ଚମ୍ପୁଆ ରେଞ୍ଜ ବାଲିବନ୍ଧ ବନାଞ୍ଚଳ ରେ ୧୩ ଟିକିଆ ହାତୀ ପଲ ପଶି ବ୍ୟାପକ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି। କେନ୍ଦୁଝର ଜିଲା ସଦର ବ୍ଲକ ର ବନେଇକଳା ଗ୍ରାମ ଜଙ୍ଗଲ ରେ ରହିଥିବା ୧୩ ଟିକିଆ ହାତୀ ଅର୍ଶଳା ପଞ୍ଚାୟତର ଦୁର୍ଗାପୁର ହୃଡିକୁ ଆସିଥିଲେ। ସେଠାରୁ ହାତୀ ବାହାରି ଆସି ଦୁର୍ଗାପୁର ଗ୍ରାମରେ ରହିଥିବା ପାର୍କ ର ତାରବାଡ ଭାଙ୍ଗି ଭିତରକୁ ପଶିଥିଲା। ପାର୍କରେ ଲାଗିଥିବା  ଫୁଲ ଗଛକୁ ପାଦରେ ଦଳି ଚକଟି ନଷ୍ଟ କରିବା ସହିତ ବ୍ଲକ ପ୍ରଶାସନ ତରଫରୁ ଲଗା ଯାଇଥିବା ବିଭିନ୍ନ କିସମର ବିଦେଶୀ ସୋ ଗଛ ଗୁଡ଼ିକୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳୁଛି। ପାର୍କର ଚାରିପାଖରେ ଲାଗିଥିବା ସୋଲାର ଲାଇଟ୍ ଗୁଡିକ ଭାଙ୍ଗି ଦେଇଛନ୍ତି। ଦୁର୍ଗାପୁର ପାର୍କକୁ ହାତୀ ପଲ ଶ୍ରୀ ହୀନ କରିଦେଇଥିବା ଦେଖିବାକୁ ମିଳିଛି। ସେଠାରୁ ହାତୀ ପଲ ବାହାରି ଏହି ପଞ୍ଚାୟତର ସେରେଙ୍ଗ ସାହିରେ ପଶି ୪ ଜଣଙ୍କ ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇଯାଇଛନ୍ତି। ବର୍ତ୍ତମାନ ହାତୀ ପଲ ତେଲିଅର୍ଶଳା ଠାରେ ରହିଥିବା ଦେଖିବାକୁ ମିଳିଛି। ହାତୀମାନଙ୍କ ଗତି ବିଧି ଲକ୍ଷ ରଖିବା ପାଇଁ ବାଲିବନ୍ଧ ବନ କର୍ମଚାରୀ ସମେତ ପାରା କର୍ମଚାରୀମାନେ ଉପସ୍ଥିତ ରହିଛନ୍ତି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories