www.samajalive.in
Saturday, December 6, 2025
23.1 C
Bhubaneswar

ତାଣ୍ଡବ ରଚିଲେ ହାତୀପଲ; ବନବିଭାଗକୁ ଦାୟୀ କରି କ୍ଷତିପୂରଣ ଦାବି କଲେ ଗ୍ରାମବାସୀ

ଝୁମ୍ପୁରା: କେନ୍ଦୁଝର ଜିଲା ସଦର ବ୍ଲକ ଅଞ୍ଚଳରେ ରହୁଥିବା ୧୭ ଟିକିଆ ହାତୀ ପଲ ଉଖୁଣ୍ଡା ବନଖଣ୍ଡ ଅଧିନ ଦେଇ ବାଲିବନ୍ଧ ବନଖଣ୍ଡ ଅଞ୍ଚଳରେ ପଶି ବ୍ୟାପକ କ୍ଷୟକ୍ଷତି କରିଥିବା ଦେଖିବାକୁ ମିଳିଛି। ବାଲିବନ୍ଧ ବନଖଣ୍ଡ ଅଧିନ ବଡଡୁମୁରିଆ ଗ୍ରାମରେ ପଶି ଗ୍ରାମର ଇନ୍ଦ୍ରମଣି ବେହେରା ଏବଂ ଚିତ୍ତରଞ୍ଜନ ବେହେରାଙ୍କ ଘର ଭାଙ୍ଗିବା ସହିତ ଆସବାବପତ୍ର ନଷ୍ଟ କରିବା ପରେ କଦଳୀ ବାଡିରେ ପଶି କଦଳୀ ଗଛକୁ ନଷ୍ଟ କରିଦେଇଛନ୍ତି। ସେଠାରୁ ହାତୀ ପଲ ବାହାରି ଆସି ଚଉଠିଆ ପଞ୍ଚାୟତର ଚାକଦର ସାହିରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହିତ ଘରେ ସାଇତି ରଖିଥିବା ଧାନ ଚାଉଳ ଖାଇଯିବା ପରେ ଘରଭିତରେ ଥିବା ଆସବାବପତ୍ରଗୁଡିକ ପାଦରେ ଦଳି ଚକଟି ନଷ୍ଟ କରିଦେଇଛନ୍ତି। ହାତୀ ଆସିଥିବା ସମ୍ପର୍କରେ ବନବିଭାଗ ସାହିବାସିନ୍ଦାଙ୍କୁ ଆଗୁଆ ସୂଚନା ଦେଇ ନଥିବାରୁ ଗ୍ରାମବାସୀମାନେ ଆଗୁଆ ସତର୍କ ହୋଇପାରିଲେ ନାହିଁ, ଯାହା ଫଳରେ ହାତୀ ପଲ ମନଇଚ୍ଛା କ୍ଷତି ଘଟାଇଛନ୍ତି। ଚାକଦର ସାହିର ଗଙ୍ଗାଧର ମହାନ୍ତ, ସୈରେନ୍ଦ୍ରୀ ନାଏକ, ବୈକୁଣ୍ଠ ମହାନ୍ତ, ଭୋଳାନାଥ ମହାନ୍ତ, ମାଳତୀ ମହାନ୍ତ, ଦୁର୍ୟ୍ୟୋଧନ ମହାନ୍ତ, ଗୁଣନିଧି ନାଏକ, ରଜନୀ ମହାନ୍ତ, ଯଦୁମଣି ନାଏକଙ୍କ ଘର ଭାଙ୍ଗିବା ସହିତ ଆସବାବପତ୍ର ନଷ୍ଟ କରିଦେଇଛନ୍ତି। ବନବିଭାଗ ହାତୀ ଆସୁଥିବା ସମ୍ପର୍କରେ ସୂଚନା ଦେଉନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ହାତୀମାନେ ଗାଁରୁ ବାହାରି ନାଳ କୂଳରେ ହୋଇଥିବା ପନିପରିବାକୁ ଖାଇବା ସହିତ ପାଦରେ ଦଳି ଚକଟି ନଷ୍ଟ କରିଦେଇଥିବା ପରିବା ଚାଷୀ ଚକ୍ରଧର ମହାନ୍ତ, ଇଶ୍ଵର ମହାନ୍ତ, ଅନାଦି ମହାନ୍ତ,ସୁଫଲ ମହାନ୍ତ, ଗୁରୁଚରଣ ମହାନ୍ତ, ବିନୋଦ ମହାନ୍ତ, ନାରଦ ମହାନ୍ତ ଅଭିଯୋଗ କରିଛନ୍ତି। ହାତୀ କ୍ଷତି କରିଥିବା ପରିବାର ଏବଂ ମୁଣ୍ଡର ଝାଳ ତୁଣ୍ଡରେ ମାରି ପରିବା ଚାଷ କରିଥିବା ଚାଷୀମାନଙ୍କୁ ବନବିଭାଗ ତରଫରୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି। ବର୍ତ୍ତମାନ ହାତୀ ଦଳ ଏହି ପଞ୍ଚାୟତର ମଣଦା ଜଙ୍ଗଲରେ ରହିଛନ୍ତି ବୋଲି ବାଲିବନ୍ଧ ବନପାଳ ବୁଲୁ ନାହାକ ସୂଚନା ଦେଇଛନ୍ତି। ସନ୍ଧ୍ୟାରେ ହାତୀ ଦଳକୁ ଅନ୍ୟତ୍ର ଘଉଡାଇବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବାଲିବନ୍ଧ ବନପାଳ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories