www.samajalive.in
Sunday, December 7, 2025
18.1 C
Bhubaneswar

ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମକର୍ତ୍ତା ବୈଠକ

ଝୁମ୍ପୁରା : ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମକର୍ତ୍ତା ବୈଠକ ଝୁମ୍ପୁରା ବ୍ଲକ ଅସନପାଟ କଲ୍ୟାଣ ମଣ୍ଡପ ନିକଟସ୍ଥ ପଡିଆରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଛି। ଦିନ କେଇଟା ପରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି ନିର୍ବାଚନକୁ କିପରୀ ମୁକୁବିଲା କରାଯିବ ବର୍ତ୍ତମାନ ଠାରୁ ରଣ କୌଶଳ ପ୍ରସ୍ତୁତ କରିବା ପାଇଁ କର୍ମୀ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଏହାର ମୂଳ ଲକ୍ଷ୍ୟ। ଆଗାମୀ ପଞ୍ଚାୟତ ନିର୍ବାଚନରେ ୱାର୍ଡ ସ୍ତରରୁ ଆରମ୍ଭ କରି ପଞ୍ଚାୟତ ଏବଂ ଜିଲାପରିଷଦକୁ ଜିତାଇ ଦଳକୁ କିପରୀ ଅଧିକ ସୁଦୃଢ କରାଯାଇ ପାରିବ ପଞ୍ଚାୟତ, ଜିଲାପରିଷଦ ଜୋନ, ବ୍ଲକସ୍ତରୀୟ, ଜିଲାସ୍ତରୀୟ ଅଧିକାରୀ ମାନେ କାର୍ଯ୍ୟକ୍ରମରେ ଯୋଗଦାନ କରି ସେମାନଙ୍କୁ ସୁଚିନ୍ତତ ମତାମତ ଉପସ୍ଥାପନ କରିଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ଅଧିକ ସଂଖ୍ୟାରେ କିପରୀ ସଫଳ ସାଉଁଟି ପାରିବ ସେ ବାବଦରେ କର୍ମକର୍ତ୍ତା ମାନେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୈଠକରେ ତାଙ୍କ ମତ ଉପସ୍ଥାପନ କରିଥିଲେ।
ପାଟଣା ବିଧାୟକ ଜଗନ୍ନାଥ ନାୟକଙ୍କ ସଭାପତିତ୍ୱରେ କରିଥିଲେ। ଏଥିରେ ପାଟଣା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପୂର୍ବତନ ବିଧାୟକ କିଶୋର ତରାଇ, ସହ ପର୍ଯ୍ୟବେକ୍ଷକ ମହମ୍ମଦ ବୋବିନ ଯୋଗଦେଇ କହିଲେ ପଞ୍ଚାୟତ ନିର୍ବାଚନରେ କୌଣସି କର୍ମୀ ମତ ମନାରନ୍ତ ନ ରଖି ଏକ ମନ ଏକ ପ୍ରାଣ ଦେଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ନିର୍ବାଚନ ମଣ୍ଡଳୀସ୍ତରୀୟ ବୈଠକରେ ବିଜୁ ଜନତା ଦଳ ପୂର୍ବତନ ସଭାପତି ଆଶିଷ ଚକ୍ରବର୍ତ୍ତୀ, ଏସ୍‍ ସି ସେଲ ଭରତ ପାତ୍ର, ଜିଲା ସଭାପତି ମାଧବ ସର୍ଦ୍ଦାର, କୃଷକ ସେଲ ସଭାପତି ଦିପକ ରାଜ, ପାଟଣା ବ୍ଲକ ସଭାପତି ମାଧବ ପୃଷ୍ଟି, ସାହାରପଡା ବ୍ଲକ ସଭାପତି ଗୋବିନ୍ଦ ଚନ୍ଦ୍ର ମହାନ୍ତ, ଚମ୍ପୁଆ ବ୍ଲକ ସଭାପତି ସଭାପତି ଆଶାକ ମହାନ୍ତ, ଜିଲା ସାଧାରଣ ସଂପାଦକ ମହେନ୍ଦ୍ର କୁମାର ସାହୁ ଝୁମ୍ପୁରା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ନାଏକ, ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାଏକ, ସାହାରପଡା ବ୍ଲକ ଅଧ୍ୟକ୍ଷା ରମ୍ଭାବତୀ ଦେହୁରୀ, ମହିଳା ଜିଲା ସଭାପତି ତଥା ଚମ୍ପୁଆ ବ୍ଲକ ଅଧ୍ୟକ୍ଷା ରମଣୀ ନାଏକ, ଝୁମ୍ପୁରା ବ୍ଲକ ବିଜୁ ଜନତା ଦଳ ଯୁବ ସଭାପତି ଇଂ ହରିଭକ୍ତ କୁନାଗିରି, ପାଟଣା ବ୍ଲକ ଯୁବ ସଭାପତି ରଘୁବର ମହାନ୍ତ, ସାହାରପଡା ବ୍ଲକ ଯୁବ ସଭାପତି ସତ୍ୟନାରାୟଣ ପଣ୍ଡା ପ୍ରମୁଖ ଯୋଗଦାନ କରି ସୁଚିନ୍ତତ ମତାମତ ରଖିଥିଲେ। ଶେଷରେ ବିଜୁ ଖାଟୁଆ ସମସ୍ତଙ୍କୁ ଧନ୍ୟବାର୍ଦ ଅର୍ପଣ କରି କର୍ମକର୍ତ୍ତା ବୈଠକ ଶେଷ କରିଥିଲେ। କର୍ମକର୍ତ୍ତା ବୈଠକକୁ ପରିଚାଳନାରେ ସହଯୋଗ କରିଥିଲେ ଯୁଦୁମଣି ବାରିକ, ଟୁନା ବାରିକ, ପରେଶ ବାରିକ, ଲକ୍ଷ୍ମଣ ସାହୁ, ସୁଶାନ୍ତ ପ୍ରଧାନ, ରିଜୁ ମହାନ୍ତ, ନିର୍ମଳ ନାଏକ ଙ୍କ ସମେତ ବିଜୁ ଦଳତା ଦଳର ସକ୍ରିୟ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୈଠକରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରୁ ଅବସର ପ୍ରାପ୍ତ ଶିକ୍ଷକ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୈନିକ ଦଳର କର୍ମୀ ଓ ସମର୍ଥକ ମାନେ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆନୁଷ୍ଠାନିକ ଭାବେ ଦଳରେ ଯୋଗଦାନ କରିଛନ୍ତି। ନୂତନ ଭାବରେ ଯୋଗଦାନ କରିଥିବା କର୍ମକର୍ତ୍ତା ମାନଙ୍କୁ ଦଳ ପକ୍ଷରୁ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories