www.samajalive.in
Sunday, December 14, 2025
23.1 C
Bhubaneswar

ଭାରତ-ପାକିସ୍ତାନ ମହିଳା କ୍ରିକେଟ୍ ମ୍ୟାଚ୍ ସଂପର୍କରେ ବିସିସିଆଇ ନିଷ୍ପତ୍ତି ନେବ : ଝୁଲଣ

ମୁମ୍ବଇ  : ଆଇସିସି ମହିଳା ଦିନିକିଆ ଚମ୍ପିଆନସିପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ସିିରିଜ୍‌ ଖେଳାଯିବାକୁ ଥିବା ବେଳେ ଏ ସଂପର୍କରେ ବିସିସିଆଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ମତ ଦେଇଛନ୍ତି ବରିଷ୍ଠ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ। ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ପାକିସ୍ତାନ ସହ ଭାରତ କ୍ରୀଡ଼ା ସଂପର୍କ ଛିନ୍ନ କରିବା ଉଚିତ୍‌ ବୋଲି କେତେକ ମହଲରେ ମତ ପ୍ରକାଶ ପାଇଛି। ଆଇସିସି ମହିଳା ଦିନିକିଆ ଚମ୍ପିଆନସିପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବାର ସମ୍ଭାବନା ରହିଥିବାରୁ ଭାରତୀୟ ଦଳ ଏହି ମ୍ୟାଚ୍‌ରେ ଖେଳିବ କି ନାହିଁ ସେ ସଂପର୍କରେ ବିସିସିଆଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଝୁଲଣ କହିଛନ୍ତି।
୨୦୨୧ରେ ଦିନିକିଆ ମହିଳା ବିଶ୍ବକପ୍‌ ଆୟୋଜିତ ହେବ। ଏହି ବିଶ୍ବକପ୍‌ ନିମନ୍ତେ ଯୋଗ୍ୟତା ହାସଲ କରିବାକୁ ମହିଳା ଦିନିକିଆ ଚମ୍ପିଆନସିପ୍‌ ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ। ଆଇସିସି ତରଫରୁ ଦିନିକିଆ ଚମ୍ପିଆନସିପ୍‌ ନିମନ୍ତେ ଯେଉଁ ଖେଳସୂଚୀ ପ୍ରକାଶ ପାଇଛି ସେଥିରେ ଭାରତ-ପାକିସ୍ତାନ ମଧ୍ୟରେ ସିିରିଜ୍‌ ଖେଳାଯିବାର କାର୍ଯ୍ୟକ୍ରମ ନାହିଁ। ତେବେ ଆଗାମୀ ଦିନରେ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍‌ ସିରିଜ୍‌ ଖେଳାଯିବାର ସମ୍ଭାବନା ରହିଛି। ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ଭାରତୀୟ ମହିଳା ଦଳ ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳିବ କି ନାହିଁ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଝୁଲଣ କହିଥିଲେ ଏ ସଂପର୍କରେ ସେ କିଛି ମତ ଦେବା ଉଚିତ୍‌ ହେବ ନାହିଁ। ବିସିସିଆଇ ଯାହା ନିଷ୍ପତ୍ତି ନେବ ତାହାକୁ ଆମେ ମାନିବୁ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories