www.samajalive.in
Sunday, December 14, 2025
19.1 C
Bhubaneswar

ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ : ସଚିବ

-୩.୭୯ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା,-୧୦୯୧ ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି,- ପ୍ରଶ୍ନପତ୍ର ମିଥ୍ୟା ଭାଇରାଲକାରୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ

ଭୁବନେଶ୍ୱର :ଚଳିତବର୍ଷ ଯୁକ୍ତଦୁଇ ପରୀକ୍ଷାକୁ ଶୃଙ୍ଖଳିତ କରିବା ନେଇ ଗୁରୁବାର ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ଭିଡ଼ିଓ କନଫରେନ୍ସିଂ ଅନୁଷ୍ଠିତ ହୋଇଯାଇଛି। ବୈଠକ ବେଳେ ସବୁ ଜିଲାପାଳଙ୍କ ସହିତ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ବାର୍ତ୍ତାଳାପ କରି ପରୀକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାପାଇଁ ନିର୍ଦେଶ ଦେଇଛନ୍ତି। ମାଟ୍ରିକ ବୋର୍ଡ ପରୀକ୍ଷା ସମୟରେ ଯେଭଳି ପୁରୁଣା ପ୍ରଶ୍ନପତ୍ରକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରା ନଯାଏ ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବାକୁ କୁହାଯାଇଛି।
ଏହି ଅବସରରେ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ ଚଳିତବର୍ଷ ୩.୭୯ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତଦୁଇ ପରୀକ୍ଷା ଦେବେ। ସେମାନଙ୍କ ପାଇଁ ୧୦୯୧ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଥିବାବେଳେ ଏବେ ସୁଦ୍ଧା ସେଥିମଧ୍ୟରୁ ୯୩୬ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗା ଯାଇ ସାରିଲାଣି। ଆଗାମୀ ଦିନରେ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ଉପଲବ୍ଧ ହେବ। ୨୦୨ଟି ନୋଡାଲ କେନ୍ଦ୍ରରୁ ପରୀକ୍ଷା କେନ୍ଦ୍ରକୁ ଗାଡି ଯୋଗେ ପ୍ରଶ୍ନପତ୍ର ବୁହା ହେବ। ଏହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ। ଯଦି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହେଲା ତେବେ ସେଥିନେଇ ସଂପୃକ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ପରୀକ୍ଷା ପରିଚାଳକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯିବ। ସେହିପରି ଯଦି କୌଣସି ବ୍ୟକ୍ତି ଜାଣିଶୁଣି ଗଣମାଧ୍ୟମରେ ପୁରୁଣା ପ୍ରଶ୍ନ ପତ୍ର କିମ୍ବା ଗୁଜବ ଭାଇରାଲ କରନ୍ତି ତେବେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ଗିରଫ କରାଯିବା ସହିତ କଠୋର ଦଣ୍ଡ ବିଧାନ କରାଯିବ। ତେବେ ମାଟ୍ରିକ ପରୀକ୍ଷା ସମୟରେ ଇଂରାଜୀ ପରୀକ୍ଷା ଦିନ ପୁରୁଣା ପ୍ରଶ୍ନପତ୍ର ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏଥିଯୋଗୁଁ ବହୁ ମେଧାବୀ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆଶଙ୍କା ମଧ୍ୟରେ ରହିଥିଲେ। ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ଉପରେ ମାନସିକ ଚାପ ପଡୁଛି। ଆଗାମୀ ଦିନରେ ଗଣମାଧ୍ୟମ ଏପରି ଖବର ପରିବେଷଣ କରିବା ପୂର୍ବରୁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦଙ୍କ ଦୃଷ୍ଟିକୁ ଆଣିବା ଦରକାର। ଯାହାଦ୍ବାରା ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ଭିଡ଼ିଓ କନଫରେନ୍ସିଂରେ ପୁଲିସ କମିଶନର ସତ୍ୟଜିତ ମହାନ୍ତି ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ମାଧ୍ୟମିକ ଉଚ୍ଚଶିକ୍ଷା ପରିଷଦର ଉଚ୍ଚକର୍ତ୍ତୃପକ୍ଷ ଓ ୩୦ ଜିଲାର ଜିଲାପାଳ ସାମିଲ ଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories