www.samajalive.in
Saturday, December 13, 2025
21.1 C
Bhubaneswar

ଅପରାଧ ସହିତ ଆଇନ ଶୃଙ୍ଖଳାକୁ ପ୍ରାଧାନ୍ୟ ଦେବି – ରାହୁଲ ପିଆର

ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଂଚଳରେ ଗତ କାଲି କରୋନା ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଂଚଳକୁ ସିଲ କରି ଦିଆଯାଇଛି। ହେଲେ ଆଜି ଝାରସୁଗୁଡା ଏସପି ଦାୟିତ୍ବ ସମ୍ଭାଳିବା ପୂର୍ବରୁ ଆଇପିଏସ ଅଧିକାରୀ ରାହୁଲ ପିଆର ବ୍ରଜରାଜନଗରର କଂଟେନମେଂଟ ଓ ବଫର ଜୋନ୍ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ତାହା ସହିତ ଜିଲ୍ଲା ପ୍ରଶାସନ ଓ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ସେପଟେ ଏସ୍‌ଟିଏଫ୍‌ର କାମ କେବଳ ଅପରାଧ ନିୟନ୍ତ୍ରଣ ଓ ଦୁର୍ନୀତି ମୂଳତ୍ପାଟନରେ ସୀମିତ ରହିଥିଲା। ହେଲେ ବର୍ତମାନ ଜିଲ୍ଲାର ଦାୟିତ୍ୱ ମିଳିବା ପରେ ଏହି ଦୁଇ କାମ ସାଙ୍ଗକୁ ଆଇନ ଶୃଙ୍ଖଳାକୁ ପ୍ରାଧାନ୍ୟ ଦେବାକୁ ପଡିବ ବୋଲି ଝାରସୁଗୁଡା ଏସପି ଦାୟିତ୍ବ ସମ୍ଭାଳିବା ପୂର୍ବରୁ ଆଇପିଏସ ଅଧିକାରୀ ରାହୁଲ ପିଆର “ସମାଜ” କୁ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଝାରସୁଗୁଡ଼ା ଏସ୍‌ପି ଭାବେ କାର୍ଯ୍ୟ କରୁଥିବା ଅଶ୍ୱିନୀ କୁମାର ମହାନ୍ତି ଅବସର ନେବାକୁ ଯାଉଛନ୍ତି। ତାଙ୍କ କାର୍ଯ୍ୟକାଳ ପରେ ଆଜି ଅପରାହ୍ନରେ ରାହୁଲ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡିଛି। ରାହୁଲ ଏସ୍‌ଟିଏଫ୍‌ (ସ୍ପେଶିଆଲ ଟାସ୍କଫୋର୍ସ) ଅପରାଧ ଅନୁସନ୍ଧାନ ବିଭାଗ (ସିଆଇଡି) କ୍ରାଇମବ୍ରାଞ୍ଚ(ସିବି)ର ଏସ୍‌ପି ଭାବେ କାର୍ଯ୍ୟ କରୁଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories