www.samajalive.in
Sunday, December 7, 2025
15.1 C
Bhubaneswar

ଋଷି କପୁର: ଯିଏ ଗାଉଥିଲେ ‘ମେରି ଉମର କେ ନୌଯବାନୋ…’ ଓ କହୁଥିଲେ ‘ମେଁ ହୁଁ ପ୍ରେମ ରୋଗୀ’!

ମୁମ୍ବଇ: ଲୋକପ୍ରିୟ ବଲିଉଡ଼ ଅଭିନେତା ଋଷି କପୁରଙ୍କର ଗୁରୁବାର ମୁମ୍ବଇରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ନେତାଠରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତଙ୍କୁ ଏକ ଶକ୍ତ ଧକ୍କା ଲାଗିଛି। ଅନେକ ବିଶିଷ୍ଟ ବ୍ୟକ୍ତି ଏବଂ କଳାକାରମାନେ ସାମାଜିକ ଗଣମାଧ୍ୟମ ଜରିଆରେ ଶୋକ ବ୍ୟକ୍ତ କରିଛନ୍ତି। ଋଷି ନିଜ କ୍ୟାରିୟରରେ ଦର୍ଶକଙ୍କୁ ଅନେକ ସୁପରହିଟ୍‍ ଚଳଚ୍ଚିତ୍ର ଭେଟି ଦେଇଛନ୍ତି। ସେ ଅନେକ ଚଳଚ୍ଚିତ୍ର ତ କରିଛନ୍ତି, କିନ୍ତୁ ତାଙ୍କ ଚଳଚ୍ଚିତ୍ରରେ ଅନେକ ହିଟ୍‍ ଗୀତ ଥିଲା ଯାହା ଆଜି ମଧ୍ୟ ଲୋକଙ୍କ ହୃଦୟରେ ତାଜା ହୋଇ ରହିଛି। ତାଙ୍କର ସେହି ସବୁ ଗୀତ ଶୁଣିଲେ ସେହି ପ୍ରତିଭାଶାଳୀ ବ୍ୟକ୍ତିତ୍ୱଙ୍କ ଚେହେରା ଆଖି ଆଗରେ ଝଲସିଯାଏ। ତେବେ ଆସନ୍ତୁ ଶୁଣିବା ଋଷିଙ୍କ ଅଭିନୀତ ଚଳଚ୍ଚିତ୍ରର କିଛି ହିଟ୍‍ ଗୀତ –

- Advertisement -

https://youtu.be/9UPBY7Axg88

https://youtu.be/nIngyZEsXmI

 

https://youtu.be/MEyhXZk0kNM

https://youtu.be/hUde7UxFkAc

 

 

ସୂଚନାଯୋଗ୍ୟ, ବୁଧବାର ରାତିରେ ଋଷି କପୁରଙ୍କୁ ଶ୍ୱାସକ୍ରିୟାରେ କଷ୍ଟ ଅନୁଭୂତ ହୋଇଥିଲା, ତେଣୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ଡାକ୍ତରଖାନାରେ ତାଙ୍କ ପତ୍ନୀ ନିତୁ ସିଂହ, ଭାଇ ରଣଧୀର କପୁରଙ୍କ ସମେତ ପରିବାରର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ଗୁରୁବାର ସେ ଶେଷ ନିଃଶ୍ୱାସ ତ୍ୟାଗ କଲେ ଓ ସବୁଦିନ ପାଇଁ ଦୁନିଆରୁ ଅଲବିଦା କହିଗଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories