ଲଇକେରା : ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ସାରଙ୍ଗଲୋଇ ପଞ୍ଚାୟତ ପତ୍ରାପାଲି ଗାଆଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଗାଆଁ ମଝିରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଛି।
ମୃତକ ହେଲେ ସେହି ଗାଁର ବିପିନ ଭୋଇ(୨୫)। ସେହି ଗାଆଁର ଗୋଟିଏ ପରିବାରର ୬ ଜଣ ସଦସ୍ୟ ମିଶି ବାଡ଼ିରେ ପିଟି ପିଟି ହତ୍ୟା କରିଥିବା ସୂଚନା ମିଳିଛି। ସମସ୍ତ ୬ ଜଣକୁ ପୁଲିସ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି। ଘଟଣା ସ୍ଥଳରେ ଲଇକେରା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଝାରସୁଗୁଡ଼ା ଏସଡିପିଓ ନିର୍ମଳ ମହାପାତ୍ର ଝାରସୁଗୁଡା ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି। ହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ, ପ୍ରାଥମିକ ତଦନ୍ତରୁ ଦୁଇ ପରିବାର ଭିତରେ ବଚସା ପରେ ଗଣ୍ଡଗୋଳ ହୋଇ ହତ୍ୟା ହୋଇଥିବା ଜଣାପଡିଛି।
ଯୁବକଙ୍କୁ ଗାଆଁ ମଝିରେ ପିଟି ପିଟି ହତ୍ୟା
Popular Categories



