ଝାରସୁଗୁଡ଼ା : ଝାରସୁଗୁଡ଼ା ବାଇପାସ ବେହେରାପାଟ ଅନ୍ତର୍ଗତ ଏକ ଗଜରାଜ ହୋଣ୍ଡା ସୋ’ ରୁମ୍ରୁ ୯ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଦୁର୍ବୃତ୍ତ ସୋ’ ରୁମର ପଛ ଦରଜା ତାଡ଼ି କ୍ୟାସ୍ କାଉଣ୍ଟରରୁ ପାଖାପାଖି ୯ ଲକ୍ଷ ଟଙ୍କା ଚୋରି କରିଥିବା ଜଣାପଡ଼ିଛି। ପ୍ରତି ଶନିବାର ସୋ’ ରୁମ ବନ୍ଦ ଥାଏ ତେଣୁ ଶନିବାର କିମ୍ବା ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି ବୋଲି ସୋ’ ରୁମର ମାଲିକଙ୍କ ଠାରୁ ଜଣାପଡ଼ିଛି। ଘଟଣାରେ ସୋ’ରୁମର କେହି କର୍ମଚାରୀର ସମ୍ପୃକ୍ତି ଥିବା ମଧ୍ୟ ସନ୍ଦେହ କରାଯାଉଛି। ଘଟଣା ସମ୍ପର୍କରେ ସୋ’ ରୁମର ମାଲିକ ପ୍ରଥମେ ବିଟିଏମ ଫାଣ୍ଡିରେ ଏତଲା ଦେବା ପରେ ପୁଲିସ ତଦନ୍ତ ଜାରି ରଖିଛି।
Popular Categories



