www.samajalive.in
Friday, December 12, 2025
23.1 C
Bhubaneswar

ମୋଦୀଙ୍କ ମନ୍‌ କୀ ବାତ୍‌; ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ ବିରୋଧରେ ଜନ ଆନ୍ଦୋଳନ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ ବିରୋଧରେ ଜନ ଆନ୍ଦୋଳନ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଡାକରା ଦେଇଛନ୍ତି। ମୋଦୀ ତାଙ୍କର ମାସିକିଆ ରେଡିଓ ପ୍ରୋଗ୍ରାମ ମନ୍‌ କୀ ବାତ୍‌ ଜରିଆରେ ଦେଶବାସୀଙ୍କୁ ଏହି ଆହ୍ବାନ ଦେଇଛନ୍ତି। ମୋଦୀ କହିଛନ୍ତି, ସେପ୍ଟେମ୍ବର ୧୧ରୁ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନ ଆରମ୍ଭ ହେବ। ଏହି ଅଭିଯାନରେ ଏଥର ପ୍ଲାଷ୍ଟିକ ଉପରେ ଗୁରୁତ୍ଵ ଦିଆଯିବ। ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକର ବ୍ୟବହାର ରୋକିବାକୁ ଜନ ଆନ୍ଦୋଳନ କରାଯିବ। ଅକ୍ଟୋବର ୨ରେ ଦେଶ ଯେତେବେଳେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରୁଥିବ, ଆମେ ସେତେବେଳେ ପ୍ଲାଷ୍ଟିକ ବ୍ୟବହାର ବିରୋଧରେ ଏହି ନୂଆ ଜନଆନ୍ଦୋଳନର ଶୁଭାରମ୍ଭ କରିବୁ ବୋଲି ମୋଦୀ ଘୋଷଣା କରିଛନ୍ତି।

ସ୍ବାଧୀନତା ଦିବସରେ ମଧ୍ୟ ମୋଦୀ ଉଦ୍‌ବୋଧନ ଦେଇ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବର୍ଜନ କରିବାକୁ ଆହ୍ବାନ କରିଥିଲେ ଏବଂ ଦୋକାନୀମାନେ ଗ୍ରାହକଙ୍କୁ ପରିବେଶ ଉପଯୋଗୀ ବ୍ୟାଗ୍‌ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ।

- Advertisement -

ଏହା ସହିତ ମୋଦୀ ଜନ୍ମାଷ୍ଟମୀ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସୁଦାମାଙ୍କ ଓ ଶ୍ରୀକୃଷ୍ଣଙ୍କ ମିତ୍ରତା ସମ୍ପର୍କରେ କହିଥିଲେ। ମୋଦୀ କହିଥିଲେ, ଚଳିତବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯିବ। ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ର ଧରୁଥିଲେ, ଗାନ୍ଧିଜୀ ଚରଖା ଧରିଥିଲେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପାଇଁ ସେବା ହିଁ ପରମ ଧର୍ମ ଥିଲା। ବାପୁଙ୍କ ଆଦର୍ଶକୁ ଜୀବନର ମନ୍ତ୍ର ଭାବେ ଗ୍ରହଣ କରିବାକୁ ମୋଦୀ ଆହ୍ବାନ କରିଛନ୍ତି।

ଆସନ୍ତା ୨୯ ତାରିଖରୁ ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ ଆରମ୍ଭ କରାଯିବ ବୋଲି ମୋଦୀ ମନ୍‌ କୀ ବାତ୍‌ରେ ଘୋଷଣା କରିଛନ୍ତି। ଅଗଷ୍ଟ ୨୯ ତାରିଖ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଏହି ମୁଭମେଣ୍ଟ ଆରମ୍ଭ କରାଯିବ। ଲୋକମାନେ ଫିଟ୍‌ ହେବା ଲାଗି ସଚେତନ ହେବାକୁ ମୁଁ ଆଶା କରୁଛି ବୋଲି ମୋଦୀ କହିଛନ୍ତି।

Hot this week

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

Related Articles

Popular Categories