ଖଣିରେ ଦୁର୍ଘଟଣା : ଟ୍ରକ ଧକ୍କାରେ କର୍ମଚାରୀ ମୃତ

0

ଝାରସୁଗୁଗଡା: ଏମସିଏଲର ଲଖନପୁର କୋଇଲା ଖଣିରେ ଦଶଚକିଆ ଟ୍ରକ ମାଡିଯିବାରୁ ଜଣେ କର୍ମଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଆଜି ସକାଳ ୬ ଟା ସମୟରେ ଲଖନପୁର ଖୋଲାମୁହାଁ ଖଣିରେ କଣ୍ଟାଘର ଇନଚାର୍ଜ ଭାବେ କାମ କରୁଥିବା ଅବୋଧ କୁମାର ଚୋବେ (୪୭) ଖଣିରେ ହାଜରା ପକାଇ କଣ୍ଟାଘରକୁ ବାଇକରେ ଯାଉଥିବା ସମୟରେ ଏକ ଦଶଚକିଆ କୋଇଲା ବୋଝେଇ ଟ୍ରକ୍ ତାଙ୍କ ଉପରେ ଚଢ଼ିଯାଇଥିଲା। ଏଥିରେ ଘଟଣା ସ୍ଥଳରେ ହିଁ ଅବୋଧଙ୍କ ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣା ପରେ ଉତ୍ତେଜନା ଲାଗି ରହିଛି। ପୁଲିସ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ଘର ଛତିଶଗଡ଼ର ଅମ୍ବିକାପୁର ଜିଲାର ବିଶ୍ରମପୁର ବୋଲି ଜଣାପଡିଛି।

Leave A Reply