ଡେସ୍କ: ଝାରସୁଗୁଡା ଉପନିର୍ବାଚନ ନିମନ୍ତେ ଆଜି ଚାଲିଥିବା ମତଦାନ ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ରହିଛି। ସନ୍ଧ୍ୟା ୫ଟା ସୁଦ୍ଧା ୬୮.୧୨% ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ଅନ୍ୟ ପକ୍ଷରେ ସେହି ସମୟ ମଧ୍ୟରେ ପୁରୁଷ ଭୋଟରଙ୍କ ତୁଳନାରେ ଅଧିକ ସଂଖ୍ୟାର ମହିଳା ଭୋଟର ମତଦାନ କରିଛନ୍ତି। ସନ୍ଧ୍ୟା ୫ଟା ସୁଦ୍ଧା ୭୭ ହଜାର ୨୦ ଜଣ ମହିଳା ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ବେଳେ ୭୪ ହଜାର ୮ ଜଣ ପୁରୁଷ ଭୋଟର ମତଦାନ କରିଛନ୍ତି। ମୋଟ ୧ ଲକ୍ଷ ୫୧ ହଜାର ୩୫ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।
ଅଧିକାଂଶ ଭୋଟ ଗ୍ରହଣ କେନ୍ଦ୍ରରେ ସନ୍ଧ୍ୟା ୬ଟାରେ ମତଦାନ ଶେଷ ହୋଇଥିବା ବେଳେ କେତେକ ବୁଥରେ ସନ୍ଧ୍ୟା ୬ଟା ପରେ ମଧ୍ୟ ମତଦାନ ଚାଲିଛି। ବିଶେଷ କରି ସହରାଂଚଳର କେତେକ ବୁଥରେ ମତଦାନ ଚାଲିଛି।



