www.samajalive.in
Friday, December 5, 2025
26.1 C
Bhubaneswar

ଏସଏମସି ପାୱାର ପ୍ଲାଣ୍ଟର ୨ ଅଧିକାରୀଙ୍କ ବିରୋଧରେ କୋଭିଡ ଆଇନ ଉଲ୍ଲଂଘନ ମାମଲା

ଝାରସୁଗୁଡ଼ା : ସହର ଉପକଣ୍ଠସ୍ଥ ହିରମା ଠାରେ ଥିବା ଏସଏମସି ପାୱାର ପ୍ଲାଣ୍ଟରେ ଗୋଟିକ ପରେ ଗୋଟିଏ କରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସୁଥିବା ବେଳେ କରୋନା କଟକଣା ଉଲ୍ଲଂଘନ ଅଭିଯୋଗରେ କମ୍ପାନୀର ୨ଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଜିଲା ପ୍ରଶାସନ ଏତଲା ଦାୟର କରିଛି । ଝାରସୁଗୁଡ଼ା କୋଭିଡ ମାଜିଷ୍ଟ୍ରେଟ ଗୋଲକ ମଙ୍ଗରାଜ ଓ ସଦର ବିଡିଓ ପ୍ରସନ୍ନ ପାଣ୍ଡେ ଯୁଗ୍ମଭାବେ କମ୍ପାନୀର ପାୱାର ପ୍ଲାଣ୍ଟ ମୁଖ୍ୟ କେ.ରବିନ୍ଦ୍ର କୁମାର ଓ କଟକଣା ଉଲ୍ଲଂଘନ କରିଥିବା ଏଜିଏମ ବି.ବି ମହାନ୍ତିଙ୍କ ନାମରେ ଏତଲା ଦେଇଛନ୍ତି ।

ଜିଲା ପ୍ରଶାସନ ସୂତ୍ରରୁ ପ୍ରାପ୍ତ ସୂଚନାନୁସାରେ ସରବାହାଲ ନବଦାସ ଗଳିରେ ରହୁଥିବା କମ୍ପାନୀର ଏଜିଏମ ଶ୍ରୀ ମହାନ୍ତି ଥରଟିଏ କଣ୍ଟେନମେଣ୍ଟ ଜୋନରୁ ଓ ଥରେ କ୍ବାରେଣ୍ଟାଇନରୁ ବାହାରି ଅନ୍ୟତ୍ର ରହିବା ସହିତ ନିୟମିତ କାରଖାନାକୁ ଯାଉଥିଲେ । ବିଭାଗୀୟ ମୁଖ୍ୟ ରବିନ୍ଦ୍ର କୁମାର ଏହା ଜାଣି ମଧ୍ୟ ଚୁପ୍ ରହିବା ଫଳରେ କମ୍ପାନୀର ଅନ୍ୟ କେତେକ ଶ୍ରମିକ ସଂକ୍ରମିତ ହୋଇଥିଲେ । ଶେଷରେ ଶ୍ରୀ ମହାନ୍ତିଙ୍କ ସ୍ବାବ୍ ରିପୋର୍ଟ ଆସିବା ବେଳକୁ ସେ ପଜିଟିଭ ଥିବା ସ୍ପଷ୍ଟ ହୋଇଛି । ଏମିତିରେ ଜ୍ଞାତସାର​‌ରେ ମହାମାରୀର ବାହକ ହେବା ଅଭିଯୋଗରେ ଧାରା ୧୮୮, ୨୬୯, ୨୭୦ ଆଇପିସି ଓ ଏପିଡେମିକ ଡିଜିଜ୍ ଆକ୍ଟ ୧୮୯୭ ଧାରା ୩ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

- Advertisement -

ଝାରସୁଗୁଡ଼ା ସଦର ବିଡିଓ ଶ୍ରୀ ପାଣ୍ଡେଙ୍କ ସୂଚନାନୁସାରେ ଗତ ୨୫ତାରିଖ ସରବାହାଲ ନବ ଦାସ ଗଳିରେ ଜ​‌ଣେ ସଂକ୍ରମିତ ଚିହ୍ନଟ ହେବା ପରେ ସେ ଅଞ୍ଚଳକୁ ଆବଦ୍ଧାଞ୍ଚଳ କରାଯାଇଥିଲା । ହେଲେ ସେଠାରେ ରହୁଥିବା ବି.ବି ମହାନ୍ତି କାହାରିକୁ କିଛି ନ ଜଣାଇ ସେଠାରୁ ଖସି ଯାଇ ଏକ ଅତିଥିଶାଳାରେ ରହୁଥିଲେ । ତା ମଧ୍ୟରେ ୩ତାରିଖ ପର୍ୟ୍ୟନ୍ତ ସେ ନିୟମିତ କାରଖାନାରେ ନିଜ ଦପ୍ତରକୁ ଯାଇଛନ୍ତି । ତେବେ ୧ତାରିଖ କାରଖାନାର କିଛି ଲୋକଙ୍କ କରୋନା ପଜିଟିଭ ଆସିବା ପରେ କଣ୍ଟାକ୍ଟ ଟ୍ରେସିଂରେ ଶ୍ରୀ ମହାନ୍ତି ଟ୍ରେସ କରାଯିବାରୁ ୪ତାରିଖରେ ତାଙ୍କର ସ୍ବାବ୍ ସଂଗ୍ରହ କରାଯାଇ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ହେଲେ ସେ ସଂଗରୋଧରେ ନ ରହି ଅତିଥିଶାଳା ଛାଡ଼ି ଦେଇଥିଲେ । ହେଲେ ନମୁନାର ରିପୋର୍ଟ ଆସିବା ବେଳକୁ ଗତ ୯ତାରିଖ ସେ ପଜିଟିଭ ଥିବା ଜଣାପଡ଼ିଥିଲା । ଜିଲା ପ୍ରଶାସନ ଏହାକୁ ନେଇ ଥାନାରେ ଏତଲା ଦାୟର କରିବା ପରେ ପୁଲିସ ତଦନ୍ତ ଆରମ୍ଭ ହୋଇଛି ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories