www.samajalive.in
Friday, December 12, 2025
15.1 C
Bhubaneswar

ସଙ୍ଗରୋଧ ନିୟମ ଉଲ୍ଲଙ୍ଘନ, ଭୋଜି କରି ବାଣ୍ଟିଲେ କରୋନା

ଝାରସୁଗୁଡ଼ା: କରୋନା କଟକଣା ସତ୍ତ୍ବେ ବାହାର ରାଜ୍ୟରୁ ଫେରିଥିବା ଗୋଟିଏ ପରିବାର ଜନ୍ମଦିନ ଏବଂ ଅନ୍ୟଏକ ପରିବାର ବିବାହ ବାର୍ଷିକୀ ଉତ୍ସବ ପାଳନ କରି ନିଜଘରେ ଲୋକଙ୍କୁ ଠୁଳ କରିଥିଲେ। ସେଠାରୁ ସଂକ୍ରମିତ ହୋଇ ୧୭ଜଣ କରୋନା​‌ରେ ଆକ୍ରାନ୍ତ ହୋଇଥିବା ନେଇ ବ୍ରଜରାଜନଗର ଓପିଏମ୍‌ କଲୋନୀବାସୀଙ୍କ ଅଭିଯୋଗ କ୍ରମେ ଜିଲା ପ୍ରଶାସନ ଉକ୍ତ ଦୁଇ ପରିବାରର ମୁରବୀଙ୍କ ବିରୋଧରେ ବ୍ରଜରାଜନଗର ଥାନାରେ ଏତଲା ଦେଇଛି।

ଜିଲାପାଳ ସରୋଜ କୁମାର ସାମଲଙ୍କ ସୂଚନା ଅନୁଯାୟୀ, ଗତ ୬ତାରିଖରେ ଗୁରୁଗାଓଁରୁ ଆସି ପ୍ରଶାସନର ଅନୁମତି କ୍ରମେ ଓରିଏଣ୍ଟ ପେପରମିଲ୍‌ କଲୋନୀରେ ଆବାସିକ ସଙ୍ଗରୋଧରେ ରହୁଥିଲେ। କିନ୍ତୁ ସେ ନିଜଘରେ ପୁଅର ଜନ୍ମଦିନ ପାର୍ଟିର ଆୟୋଜନ କରି ବନ୍ଧୁ, ପରିଜନ, ପଡ଼ୋଶୀଙ୍କୁ ଡାକିଥିଲେ। ସେଠାକୁ ଯାଇଥିବା ପଡ଼ୋଶୀମାନେ ଅନ୍ୟ ଏକ ବିବାହବାର୍ଷିକୀପାର୍ଟିକୁ ମଧ୍ୟ ଯାଇଥିଲେ। ଏହିକ୍ରମରେ ସେଠାରେ ଗୋଟିଏ ଆବର୍ତ୍ତ ସୃଷ୍ଟି ହୋଇଥିଲା। ଗତ ୧୪ ତାରିଖରେ ତାଙ୍କର ସ୍ୱାବ୍‌ ନମୁନା ସଂଗ୍ରହକରି ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ତାହା ପଜିଟିଭ୍‌ ଆସିଥିଲା। ତାଙ୍କର କଣ୍ଟାକ୍ଟ ଟ୍ରେସିଂରେ ୧୫ ଜଣଙ୍କ ନାମ ଆସିବାରୁ ସମସ୍ତଙ୍କ ସ୍ୱାବ୍‌ ସଂଗ୍ରହ କରାଯାଇଥିଲା। ପରେ ସେହି କଣ୍ଟେନମେଣ୍ଟ ଜୋନ୍‌ରୁ ଆଉ ୨ଜଣଙ୍କ ମଧ୍ୟ କୋଭିଡ୍‌ ପଜିଟିଭ୍‌ ବାହାରିଥିଲା।

- Advertisement -

କୋଭିଡ୍‌ ନିୟମ ଉଲ୍ଲଂଘନ କରି ସେମାନେ ଏହି ସାମାଜିକ ଆୟୋଜନ କରିଥିବାରୁ ଜିଲା ପ୍ରଶାସନ ପକ୍ଷରୁ ବ୍ରଜରାଜନଗର ଥାନାରେ ଏଫ୍‌ଆଇଆର୍‌ ଦିଆଯାଇଛି। ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟର ଧାରା ୫୧ ଅନୁଯାୟୀ ତଥା ଆଇପିସି ଧାରା ୨୬୯ ଅନୁଯାୟୀ ଜୀବନ ପ୍ରତି ବିପଦ ସୃଷ୍ଟିକାରୀ ରୋଗ ଭୂତାଣୁ ସଂକ୍ରମଣ କରିବା, ଧାରା ୨୭୧ଅନୁଯାୟୀ ଗୃହାବଦ୍ଧ ନିୟମ ଉଲ୍ଲଂଘନ, ଧାରା ୧୮୮ ଅନୁଯାୟୀ ଲକ୍‌ଡାଉନ ନିୟମ ଉଲ୍ଲଂଘନ କରାଯାଇ ଥିବାରୁ ଏତଲା ଦିଆଯାଇଛି। ଦୁଇ ପରିବାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଲୋକ ଯଦି ସାମାଜିକ ଦୂରତା ବଜାୟ ନ ରଖିବେ ପରିସ୍ଥିତି ବିଗିଡ଼ିବ ବୋଲି ଜିଲାପାଳ ଶ୍ରୀ ସାମଲ କହିଛନ୍ତି। ଆଗାମୀ ଦିନରେ ସରକାରୀ ନିୟମ ଭାଙ୍ଗିଲେ ଅଧିକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଏହା କଣ୍ଟେନମେଣ୍ଟ ଜୋନରେ ହୋଇଥିବାରୁ ସାମାଜିକ ସଂକ୍ରମଣର କୌଣସି ଆଶଙ୍କା ନାହିଁ ବୋଲି ଶ୍ରୀ ସାମଲ ସ୍ପଷ୍ଟ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories