www.samajalive.in
Saturday, December 6, 2025
15.1 C
Bhubaneswar

ରାହୁଲ ଗାନ୍ଧୀଙ୍କୁ ଅଦାଲତି ଝଟ୍‌କା; ମାନହାନି ମାମଲାରେ ଆବେଦନ ଖାରଜ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟରୁ ଏକ ବଡ଼ ଝଟ୍‌କା ଲାଗିଛି। ମାନହାନି ମାମଲାରେ ରାହୁଲଙ୍କ ଆବେଦନ ଖାରଜ କରିଦେଇଛନ୍ତି ଅଦାଲତ। ଏହି ମାମଲା ଦେଶର ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହଙ୍କ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟ ସହ ଜଡ଼ିତ।

୨୦୧୮ରେ ଅମିତ ଶାହାଙ୍କ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟ ମାମଲାରେ ରାୟ ଶୁଣାଇ କୋର୍ଟ ରାହୁଲ ଗାନ୍ଧୀଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ଏବେ ନିମ୍ନ ଅଦାଲତରେ ଏହି ମାମଲାର ଶୁଣାଣି ଚାଲିବ। ଏଠାରେ ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ଏମପି ଏମଏଲଏ କୋର୍ଟଙ୍କ ସମନ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ, ଯେଉଁଥିରେ ସେ ଏହି ମାମଲା ରଦ୍ଦ କରିବାକୁ ଅଦାଲତଙ୍କୁ ନିବେଦନ କରିଥିଲେ।

- Advertisement -

ସୂଚନାଯୋଗ୍ୟ, ୨୦୧୮ ମସିହା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ରାହୁଲ ବେଙ୍ଗାଲୁରୁରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ବିଜେପି ନେତା ବିଜୟ ମିଶ୍ର ଅଭିଯୋଗ କରିଥିଲେ ଯେ, ରାହୁଲ ଗାନ୍ଧୀ ତାଙ୍କ ମନ୍ତବ୍ୟ ଜରିଆରେ ଶାହଙ୍କ ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରିଛନ୍ତି। ଏହାପ‌ରେ ସେ ରାହୁଲଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଥିଲେ। ରାହୁଲ ତାଙ୍କ ଭାଷଣ‌ରେ କହିଥିଲେ ଯେ, ବିଜେପିର ଯିଏ ଅଧ୍ୟକ୍ଷ ଅଛନ୍ତି ସେ ଜଣେ ହତ୍ୟା ଅଭିଯୁକ୍ତ। ସେ ସମୟରେ ଅମିତ ଶାହା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories