www.samajalive.in
Saturday, December 13, 2025
26.1 C
Bhubaneswar

ଝରାଫୁଲ ହତ୍ୟାକାଣ୍ଡ : ଅଭିଯୁକ୍ତ ରାକେଶକୁ ମାରାଥନ ଜେରା

ରସୁଲପୁର : ଝରାଫୁଲ ନାୟକର ମୃତ୍ୟୁକୁ ୬ ଦିନ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପ୍ରକୃତ ସତ୍ୟ ଜଣାପଡି ନାହିଁ। ଝରାଫୁଲର ମୃତ୍ୟୁ ଘଟଣାରେ ପୁଲିସ ହାତରେ ଧରାପଡିଥିବା ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ କୁଆଖିଆ ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିବା ପରେ ପ୍ରକୃତ ସତ୍ୟ ଉନ୍ମୋଚନ ପାଇ ଆଜିଠାରୁ ୩ଦିନ ସକାଶେ ରାକେଶକୁ ରିମାଣ୍ଡରେ ଆଣିଛି। ଏହି ଘଟଣାରେ ତଦନ୍ତକାରୀ ଅଫିିସର ଯାଜପୁର ଏସଡିପିଓ ଚିନ୍ମୟକୁମାର ନାୟକ ଅଭିଯୁକ୍ତ ରାକେଶକୁ ଯାଜପୁର ଜେଲରୁ ଆଣି ତାର ସ୍ୱାସ୍ଥ୍ୟପରୀକ୍ଷା କରି ସକାଳ ପ୍ରାୟ ୮ଟା ସମୟରେ କୁଆଖିଆ ଥାନାକୁ ଆଣିଥଲେ। ମଧ୍ୟାହ୍ନ ପ୍ରାୟ ୧୨.୪୫ମିନିଟ ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ବିଭିନ୍ନ ପ୍ରସଙ୍ଗରେ ଥାନାଭିତରେ ରାକେଶକୁ ମାରାଥନ ଜେରା କରିଥିଲେ। ପରେ ରାକେଶକୁ ପୁଲିସ ଜିପ୍‍ରେ ଝରାଫୁଲର ମୃତଦେହ ଉଦ୍ଧାର କରାଯାଇଥିବା ସ୍ଥାନକୁ ନିଆଯାଇଥିଲା। ଉକ୍ତ ସ୍ଥାନରେ ଝରାଫୁଲର ମୋବାଇଲକୁ ପକାଇ ଦେଇଥିବା ପୁଲିସକୁ ରାକେଶ କହିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ରାସ୍ତାପାର୍ଶ୍ବରେ ଥିବା ଅନାବନା ଗଛ କାଟି ଓ ବାଦାମ ବିଲରେ ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ମୋବାଇଲଟି ମିଳି ନ ଥିଲା। ପୁନର୍ବାର ରାକେଶକୁ କୁଆଖିଆ ଥାନାକୁ ଅଣାଯାଇଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଝରାଫୁଲର ବାପା ରମାକାନ୍ତ ନାୟକ ଓ ବଡଭାଇ ପୁଲସ୍ତ ନାୟକ କୁଆଖିଆ ଥାନାରେ ପହଞ୍ଚିଥିଲେ। ପୁଲିସ ସେମାନଙ୍କୁ ମଧ୍ୟ ଏହି ଘଟଣାରେ ପଚରା ଉଚରା ଚଳାଇଛି। ପରେ ଅଧିକ ତଦନ୍ତ ପାଇଁ ରାକେଶକୁ ଭୁବନେଶ୍ୱର ନିଆଯାଇ ସେ ଝରାଫୁଲ ସହ ରାତ୍ରିଯାପନ କରିଥିବା ଗେଷ୍ଟହାଉସ ଓ ଲିଙ୍ଗରାଜ ଥାନା ଅଞ୍ଚଳରେ ଥିବା ରେଷ୍ଟୁରାଷ୍ଟରେ ଖାଇବା ସମୟର ସି.ସି. ଟିଭି ଫୁଟେଜ ଅାଧାରରେ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି। ପରୀକ୍ଷା ପାଇଁ ପଠାଯାଇଥିବା ଝରାଫୁଲର ଭିସେରା ରିପୋର୍ଟ ପୁଲିସର ହସ୍ତଗତ ହେବାପରେ ମୃତ୍ୟୁର ପ୍ରକୃତ ତଥ୍ୟ ଜଣାପଡିବ ବୋଲି ପୁଲିସ ପ୍ରକାଶ କରିଛି। ଅଭିଯୁକ୍ତ ରାକେଶ ହିଁ ମୃତ୍ୟୁର ଗୁମର ଖୋଲିବ ବୋଲି ଆଶା କରାଯାଉଛି।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories