www.samajalive.in
Sunday, December 7, 2025
13.1 C
Bhubaneswar

କୋଭିଡ ପ୍ରଭାବିତ ୨୦୨୧ ପରିବାରର ପିଲାଙ୍କ ଶିକ୍ଷାଦାନରେ ସହଯୋଗ କରିବେ କୋଟାର ଶିକ୍ଷକ

ଝାରସୁଗୁଡ଼ା : କରୋନା ମହାମାରୀ ସବୁ ବର୍ଗର ଲୋକଙ୍କୁ ପ୍ରଭାବିତ କରିଛି । ଅନେକ ଶିଶୁ ଓ ଯୁବକ ଯୁବତୀ ନିଜ ଅଭିଭାବକଙ୍କୁ ହରାଇ ଦେଇଥିବା ବେଳେ ଅନେକ ପରିବାର ଭାରି ଆର୍ଥିକ କ୍ଷତିର ଶିକାର ହେଉଛନ୍ତି । ଏମିତିରେ ଯାହାର ସାମର୍ଥ୍ୟ ଅଛି କୌଣସି ନା କୌଣସି ପ୍ରକାରେ କରୋନା ପ୍ରଭାବିତ, କ୍ଷତିଗ୍ରସ୍ତ ପରିବାରକୁ ସହାୟତା କରିବାକୁ ହସ୍ତ ପ୍ରସାରଣ କରୁଛନ୍ତି । ଏମିତିରେ ରାଜସ୍ଥାନର ଶିକ୍ଷା ସହର ଭାବେ ସୁପ୍ରସିଦ୍ଧ କୋଟାର ଜଣେ ବହୁ ପରିଚିତ ଶିକ୍ଷକ ଶଶି ପ୍ରକାଶ ସିଂ ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ।
କୋଟାର ଅନେକ ପ୍ରସିଦ୍ଧ କୋଚିଂରେ ଗତ ୧୪ବର୍ଷ ହେଲା ରସାୟନ ବିଜ୍ଞାନ ଅଧ୍ୟାପନା କରି ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିଥିବା ବେଳେ ଅନ- ଏକାଡେମୀରେ ସେ ବର୍ତ୍ତମାନ ଶୀର୍ଷସ୍ଥାନର ଶିକ୍ଷାବିତ୍ ଅଛନ୍ତି । କରୋନା ପ୍ରଭାବିତ ପିଲାଙ୍କ ପରବର୍ତ୍ତୀ ଅଧ୍ୟୟନରେ ଯେମିତି ଅସୁବିଧା ନ ହୁଏ ସେ ପାଇଁ ୨୦୨୧ କରୋନା ମହାମାରୀ ପ୍ରଭାବିତ ବର୍ଷରେ ୨୦୨୧ ପରିବାରକୁ ସହାୟତା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସେ ତାଙ୍କର ସମସ୍ତ ବ୍ୟକ୍ତିଗତ ସଞ୍ଚୟ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି । ଶ୍ରୀ ସିଂ ବିଶ୍ୱାସ କରନ୍ତି ଯେ ମଧ୍ୟବିତ୍ତ / ନିମ୍ନ ମଧ୍ୟବିତ୍ତ ପରିବାରର ବ୍ୟକ୍ତି ଶିକ୍ଷା ଉପରେ ହିଁ ସମ୍ପୂର୍ଣ୍ଣ ନିର୍ଭର କରେ । କେବଳ ଶିକ୍ଷା ବଳରେ ହିଁ ଏହି ବର୍ଗ ନିଜ ଓ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିପାରିବେ । ଏମିତିରେ ଅର୍ଥାଭାବ କାରଣରୁ ଯଦି ଛାତ୍ରଛାତ୍ରୀଙ୍କ ଶିକ୍ଷା ପ୍ରଭାବିତ ଏହା କେବଳ ଜଣେ ନୁ​‌େହଁ ବରଂ ଗୋଟିଏ ପୀଢ଼ୀକୁ ପ୍ରଭାବିତ କରିବା ସହ ପରିବାରର ଭବିଷ୍ୟତକୁ ଅନ୍ଧକାର କରିପାରେ ।
ଏଣୁ କେବଳ ଦିନେ ବା ଦୁଇଦିନ ଖାଦ୍ୟ ଯୋଗାଇ ଦେଲେ ସମସ୍ୟାର ସମାଧାନ ହେବ ନାହିଁ । ଏଥିପା​‌ଇଁ ଶ୍ରୀ ସିଂ ସମଗ୍ର ଦେଶର ୨୦୨୧ ପରିବାରର ପୁଅ ଝିଅଙ୍କୁ ଶିକ୍ଷା ପାଇଁ ସହାୟତା କରିବାର ସଂକଳ୍ପ ନେଇଛନ୍ତି । ଏଣୁ ଏଭଳି ଛାତ୍ର ଛାତ୍ରୀ ଯଦି କାହାରି ନଜରରେ ଥାଆନ୍ତି ତା ହେଲେ ମୋବାଇଲ ନମ୍ବର 0୯୭୧୮୧୮୮୩୭୫ ଯୋଗାଯୋଗ କରିବାକୁ ସେ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories