www.samajalive.in
Tuesday, December 9, 2025
26.1 C
Bhubaneswar

ଜେଟ୍ ଏୟାରଓ୍ବେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ କ୍ୟାନସର, ଚିକିତ୍ସା ପାଇଁ କୋର୍ଟଙ୍କୁ ମାଗିଲେ ଆଗୁଆ ଜାମିନ

ନୂଆଦିଲ୍ଲୀ : ଅର୍ଥ ହେରଫେର ଘଟଣାରେ ଅଭିଯୁକ୍ତ ଜେଟ୍ ଏୟାରଓ୍ବେଜର ପ୍ରତିଷ୍ଠାତା ନରେଶ ଗୋୟଲ ଗୁରୁବାର ଏକ ସ୍ବତନ୍ତ୍ର କୋର୍ଟରେ ଯାଚିକା ଆବେଦନ କରି ଜାମିନ ମାଗିଛନ୍ତି । ଆବେଦନରେ ସେ ନିଜକୁ କ୍ୟାନସର ରୋଗୀ ବୋଲି ଦର୍ଶାଇବା ସହ ଚିକିତ୍ସା ପାଇଁ ଜାମିନ ଅନୁରୋଧ କରିଛନ୍ତି । କୋର୍ଟ ଗୋୟଲଙ୍କ ମେଡିକାଲ ରିପୋର୍ଟର ଯାଞ୍ଚ ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କାରଣ ଇଡି ତାଙ୍କ ଅନ୍ତରୀଣ ଜାମିନ ଯାଚିକା ଉପରେ ଜବାବ ଦେବା ପାଇଁ ସମୟ ମାଗିଥିଲା ।

ଗତ ମାସରେ ଧନ ଶୋଧନ ନିବାରଣ ଅଧିନିୟମ ଅନୁସାରେ ମାମଲାର ଶୁଣାଣି କରି ସ୍ବତନ୍ତ୍ର କୋର୍ଟର ନ୍ୟାୟାଧିଶ ଜଷ୍ଟିସ୍ ଏମ ଜି ଦେଶପାଣ୍ଡେ ଗୋୟଲଙ୍କୁ ବ୍ୟକ୍ତିଗତ ଡାକ୍ତରଙ୍କ ଦ୍ବାରା ଚିକିତ୍ସା ପରୀକ୍ଷଣ କରାଇବା ଅନୁମତି ଦେଇଥିଲେ । ଅନ୍ତରୀଣ ଜାମିନ ଯାଚିକାରେ ନରେଶ ଗୋୟଲ କହିଥିଲେ କି ତାଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ଦ୍ବାରା ପରୀକ୍ଷଣ କରିବା ସମୟରେ କ୍ୟାନସର ସମ୍ପର୍କରେ ଜଣାପଡିଥିଲା । ମେଡିକାଲ ରିପୋର୍ଟ ଅନୁସାରେ ଗୋୟଲଙ୍କ ଉଦର ମଧ୍ୟରେ ଏକ ଛୋଟ ଟ୍ୟୁମର ହୋଇଛି ଯାହାକୁ ନ୍ୟୁରୋ ଏଣ୍ଡୋକ୍ରାଇନ୍ ଟ୍ୟୁମର କୁହାଯାଏ ।

- Advertisement -

ତେବେ କୋର୍ଟ ଆବେଦନରେ ଶୁଣାଣି କରି ରିପୋର୍ଟର ଯାଞ୍ଚ ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ପଟେ ଏନେଇ ଗୋୟଲଙ୍କ ଓକିଲ କହିଛନ୍ତି କି ଏଥିରେ  ତାଙ୍କର କୌଣିସ ଆପତ୍ତି ନାହିଁ । କିନ୍ତୁ ଏହି ପ୍ରକ୍ରିୟା ଯେତେ ଶୀଘ୍ର ହେବ ସେତେ ଭଲ । କାରଣ ନରେଶଙ୍କ ଅବସ୍ଥା ଧିରେ ଧିରେ ଖରାପ ଆଡକୁ ଗତି କରୁଛି ଏବଂ ବିଳମ୍ବ ହେଲେ ଏହା ଅଧିକ ସାଙ୍ଘାତିକ ହୋଇପାରେ ।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories