www.samajalive.in
Sunday, December 7, 2025
26.1 C
Bhubaneswar

ତୈଳ ଟ୍ୟାଙ୍କର ଓ ଏହାର କର୍ମଚାରୀଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ବ୍ରିଟେନର ପରାମର୍ଶ

ଲଣ୍ଡନ : ବ୍ରିଟେନ୍‌ର ଏକ  ତୈଳବାହୀ ଜାହାଜକୁ ଇରାନ ଜବତ କରିବା ଘଟଣା ନେଇ ବ୍ରିଟେନ ବିଦେଶ ମନ୍ତ୍ରୀ ଜେରେମି ହଣ୍ଟ କହିଛନ୍ତି ଇରାନର ଏହି କାର୍ଯ୍ୟ ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ହ୍ରାସ ପାଇଁ ଉଦ୍ୟମରେ ବାଧା ସୃଷ୍ଟି କରିବ। ତୁରନ୍ତ ସେହି ତୈଳ ଟ୍ୟାଙ୍କର ଓ ଏହାର କର୍ମଚାରୀମାନଙ୍କୁ ଖଲାସ କରିବା ପାଇଁ ସେ ଇରାନକୁ କହିଛନ୍ତି।  ଉପସାଗରୀୟ ଅଞ୍ଚଳରେ ନୌଚଳାଚଳ ସ୍ୱାଧୀନତାକୁ ସମ୍ମାନ ଦେବାକୁ ସେ ଇରାନକୁ ପରାମର୍ଶ ଦେଇଛନ୍ତି। ଏହି ତୈଳ ଟ୍ୟାଙ୍କରରେ ଥିବା ୨୩ ଜଣ କର୍ମଚାରୀଙ୍କ ମଧ୍ୟରୁ ୧୮ ଜଣ ଭାରତୀୟ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ  ବ୍ରିଟେନ୍‌ର ଏକ ତୈଳବାହୀ ଜାହାଜକୁ ଇରାନ ଶୁକ୍ରବାର ଜବତ କରିଛି। ହର୍‌ମୌଜ ଉପସାଗରରେ ଏକ ମାଛଧରା ନୌକାକୁ ଧକ୍କା ଦେବା ଅଭିଯୋଗରେ ଏଭଳି ପଦକ୍ଷେପ ନେଇଥିବା ଇରାନ ଦର୍ଶାଇଛି। ‘ଷ୍ଟେନା ଇମ୍ଫରୋ‌’ ନାମକ ଏହି ଜାହାଜ(ତୈଳ ଟ୍ୟାଙ୍କର)ରେ ୧୮ଜଣ ଭାରତୀୟ ରହିଥିବା ଜଣାପଡ଼ିବା ପରେ ସେମାନଙ୍କ ମୁକ୍ତି ପାଇଁ ଭାରତ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଶନିବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଇରାନ୍‌ ପ୍ରତିପକ୍ଷଙ୍କ ସହିତ ଯୋଗାଯୋଗ କରାଯାଇଥିବା ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର କହିଛନ୍ତି । ଭାରତୀୟମାନେ ଯେମିତି ଶୀଘ୍ର ସୁରକ୍ଷିତ ଭାବେ ସ୍ବଦେଶ ଫେରିପାରିବେ ସେ ନେଇ ତେହରାନ୍‌ସ୍ଥିତ ଭାରତୀୟ ଦୂତାବାସ କର୍ତ୍ତୃପକ୍ଷ ପ୍ରଚେଷ୍ଟା ଚଳାଇଥିବା ରବିଶ କୁମାର କହିଛନ୍ତି। ଇରାନ୍‌ର ରିଭୋଲୁସ୍‌ନାରୀ ଗାର୍ଡ (ଇରାନ ସେନା) ଦ୍ବାରା ଜବତ ଏହି ଜାହାଜରେ ରୁଷିଆ, ଫିଲିପାଇନ୍ସ, ଲାଟିଭିଆର ଅନ୍ୟ ୫ଟି ଦେଶର ନାଗରିକ ଅଛନ୍ତି । ସମସ୍ତେ ସୁରକ୍ଷିତ ଓ ସୁସ୍ଥ ଥିବା ଇରାନ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଇରାନ୍‌ ଓ ବ୍ରିଟେନ୍‌ ମଧ୍ୟରେ ଚାଲିଥିବା ବିବାଦ ପରିପ୍ରେକ୍ଷୀରେ ଏହି ଜାହାଜକୁ ଜବତ କରାଯାଇଥିବା ଜଣାପଡ଼ିଛି। ଏହି ବିବାଦର ସମାଧାନ ସହିତ ଜାହାଜର ମୁକ୍ତି ପାଇଁ ପ୍ରୟାସ ଚାଲିଥିବା ଜଣେ ଅଧିକାରୀ କହିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories