www.samajalive.in
Thursday, December 11, 2025
16.1 C
Bhubaneswar

ପଦ୍ମ ଧରିଲେ ଜୀବନ, କହିଲେ ଶାନ୍ତିରେ ରହିବା ପାଇଁ ନିଜ ଘରକୁ ଫେରିଲି

ବାଲେଶ୍ୱର: ବିଜେପିରେ ମିଶିଲେ ବିଜେଡିରୁ ନିଲମ୍ବିତ ହୋଇଥିବା ପୂର୍ବତନ ସଦର ବିଧାୟକ ଜୀବନ ପ୍ରଦୀପ ଦାଶ। କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନେତୃତ୍ବରେ ଭରସା ରଖି ତାଙ୍କରି ତତ୍ତ୍ବାବଧାନରେ ବିଜେପିରେ ସାମିଲ ହେଲେ ଜୀବନ। ଏନେଇ ଆତିଥ୍ୟ ସମ୍ମିଳନୀ କକ୍ଷରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଜୀବନଙ୍କୁ ଗେରୁଆ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ବାଗତ କରିଥିଲେ। ମିଶ୍ରଣ ଅବସରରେ ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ ମକର ସଂକ୍ରାନ୍ତିଠାରୁ ଦିନ ବଡ ହେବାକୁ କ୍ରିୟାଶୀଳ ହୋଇଥାଏ। ଏହି ଦିନରେ ଜୀବନ ବାବୁଙ୍କର ମିଶ୍ରଣ ପର୍ବ ନିଶ୍ଚିତ ଭାବେ ବିଜେପି ଅଧିକ କ୍ରିୟାଶୀଳ ହେବ। ଜୀବନ ବାବୁ ବିଜେପିର ପୁରୁଣା କର୍ମକର୍ତ୍ତା। ପୂର୍ବତନ ଜିଲା ସଭାପତି ମଧ୍ୟ। ଆମ ଘରକୁ ସେ ଫେରିଛନ୍ତି। ସାରା ବିଜେପି ପରିବାର ଆଜି ବହୁତ ଖୁସି। ଜୀବନ ପାର୍ଟି ଛାଡିଲା ବେଳେ ଆମେ ତାଙ୍କର ଅଭାବ ଅନୁଭବ କରିଥିଲୁ। ସବୁ କଥାର ଗୋଟିଏ ଗୋଟାଏ ସମୟ ଥାଏ। ଜୀବନ ବାବୁଙ୍କର ଅନୁଭବ ବହୁତ। ସମୁଦ୍ରରୁ ଶୁଖିଲା ନଈ ଭଳି ରାଷ୍ଟ୍ରୀୟ ଦଳରୁ ଆଞ୍ଚଳିକ ଦଳକୁ ଯାଇଥିଲେ। ଆଜି କିନ୍ତୁ ସେ ପୁଣି ସମୁଦ୍ରରେ ସମାହିତ ହୋଇଛନ୍ତି। ଆମ ଦଳ ସହିତ ଜୀବନ ଦା ମଧ୍ୟ ପୁଣି ଶକ୍ତିଶାଳି ହେବେ ଓ ତାଙ୍କର ଗୌରବ ବଢ଼ିବ। ତାଙ୍କ ପଛେ ପଛେ ଆହୁରି ବହୁ ଲୋକ ଆସି ମିଶିବେ। ଆସନ୍ତା ନିର୍ବାଚନ ମାନଙ୍କରେ ଦଳ ନିଶ୍ଚିତ ପୂର୍ବାପେକ୍ଷା ଆହୁରି ଭଲ କରିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଥିଲେ।

- Advertisement -

ମିଶ୍ରଣ ଅବସରରେ ଜୀବନ କହିଥିଲେ ଯେ ମୋତେ ବିଜେପିରେ ସାମିଲ କରିବାର ଅନୁରୋଧକୁ ରକ୍ଷା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। କମସେ କମ ମୋ ଘରକୁ ଫେରିବା ପାଇଁ ସୁଯୋଗ ଦେଇଛନ୍ତି। ୯୦ ମସିହାରେ ଦଳକୁ ଆମେ ଶକ୍ତିଶାଳି କରାଇଥିଲୁ। ସବୁ ଘରେ, ସବୁ ପରିବାରରେ ସମସ୍ୟା ଥାଏ। କିନ୍ତୁ ସମସ୍ତେ ଆଶା କରିଥାନ୍ତି ନିଜର ଶେଷ ଜୀବନରେ ପୈତୃକ ଘରକୁ ଫେରିଥାନ୍ତି ଓ ଶାନ୍ତିରେ ରହିବାକୁ ଚାହିଁଥାନ୍ତି। ନିଜ ଧର୍ମରେ, ନିଜ ଘରେ ମୃତ୍ୟୁ ଶ୍ରେୟ ହୋଇଥାଏ। ପଦ ପଦବୀ ସବୁ ମିଳି ପାରିବ, ହେଲ ଯେଉଁ ଜିନିଷ ଘରେ ମିଳିବ ତାହା ହେଉଛନ୍ତି ଶାନ୍ତି। ସେହି ଶାନ୍ତି ଟିକକ ପାଇଁ ମୁଁ ଘରକୁ ଫେରି ଆସିଛି। ଦଳରେ ଶୃଙ୍ଖଳିତ କର୍ମୀ ଭାବେ ରହି କାମ କରିବି। ପ୍ରତାପ ଭାଇଙ୍କ ସହ ମିଳି ଦଳକୁ ଆସନ୍ତା ସମସ୍ତ ନିର୍ବାଚନରେ ବିଜୟୀ କରାଇବାକୁ ପ୍ରୟାସ ଜାରି ରହିବ ବୋଲି କହିବା ସହ ‘ଭାରତ ମାତା କି ଜୟ’ କହି ବକ୍ତବ୍ୟ ଶେଷ କରିଥିଲେ।

ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ପ୍ରାର୍ଥୀ ମାନସ ଦତ୍ତ, ଶୋଭାନା ମହାନ୍ତି, ଶୁଭଙ୍କର ମହାପାତ୍ର, ସିପ୍ରା ବାଜପେୟୀ, ଅଂଶୁମାନ ମହାନ୍ତିଙ୍କ ସହ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories