www.samajalive.in
Thursday, December 11, 2025
15.1 C
Bhubaneswar

କୋଭିଡ୍‍ କଟକଣାରେ ବଡ ବନ୍ଧିଆଣୀ ପୀଠରେ ନିରାଡମ୍ବର ମକର ମେଳା

ବାଙ୍କୀ: ପବିତ୍ର ମକର ମେଳା ଅବସରରେ ବାଙ୍କୀ ବ୍ଲକର ୭ ପଞ୍ଚାୟତ ସହିତ ତିଗିରିଆ ଅଞ୍ଚଳର ଭାବଗତ ଭାଇଚାରାର ସମ୍ପର୍କ ଯୋଡିବାର ମାଧ୍ୟମ ସାଜିଥିବା ତିଗିରିଆ ଅନ୍ତର୍ଗତ ବଡବନ୍ଧିଆଣୀ ପୀଠ ମକର ମେଳା ଚଳିତ ବର୍ଷ ମହାମାରୀ କରୋନା ହେତୁ କୋଭିଡ୍‍ କଟକଣା ସହିତ ସଂକ୍ଷିପ୍ତ ତଥା ପାରମ୍ପରିକ ରୀତି ମତେ ଅନୁଷ୍ଠିତ ହୋଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ଅଞ୍ଚଳବାସୀଙ୍କୁ ଏହି ପର୍ବ ମନୋରଞ୍ଜନ କିମ୍ବା କିଣାବିକାର ମାହୋଲ ଦେଇନାହିଁ। ପ୍ରଶାସନିକ କଟକଣା ଏବଂ କୋଭିଡ୍‍ ନିୟମ ଅନୁପାଳନ ସହିତ ବଡବନ୍ଧିଆଣୀ ମକର ମେଳା କମିଟିର ପରିଚାଳକମାନେ ପାରମ୍ପରିକ ଯଜ୍ଞାଦି କାର୍ଯ୍ୟ କରାଇଛନ୍ତି। ସ୍ୱଳ୍ପ ସଂଖ୍ୟକ ଭକ୍ତ ମାନେ ଭାବାବେଗରେ ପୀଠ ଦର୍ଶନ କରିବା ସହିତ ମହିମାର ସାନିଧ୍ୟ ଗ୍ରହଣ କରିଛନ୍ତି।

ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ଜିଲ୍ଲା ପରିଷଦ ସଦସ୍ୟ ମାନସ ମହାପାତ୍ର, ସୁବର୍ଣ୍ଣପୁର ସରପଞ୍ଚ ତରୁଣ କୁମାର ମହାପାତ୍ର, ରତାଗଡ ସରପଞ୍ଚ ପ୍ରତିନିଧି ବିଜୟ କୁମାର ରାଉତ, ସରଣ୍ଡଗଡ ଅଞ୍ଚଳର ପୁରୁଖା ନେତା ତଥା ସମାଜସେବୀ ଗତିକୃଷ୍ଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଯଜ୍ଞ ସ୍ଥଳରେ ପୁଷ୍ପାଞ୍ଜଳି ଦେବା ସହ ବଡ ବନ୍ଧିଆଣିଙ୍କ ଆଶୀର୍ବାଦ କାମନା କରିଛନ୍ତି। ସେହିପରି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ତିଗିରିଆ ୬ପଞ୍ଚାୟତ ଅଞ୍ଚଳର ଜନପ୍ରତିନିଧି, ବରିଷ୍ଠ ଓ ବିଶିଷ୍ଠ ବ୍ୟକ୍ତି ବିଶେଷ, ପ୍ରଶାସନିକ ଅଧିକାରୀ ଓ ପୋଲିସ ପ୍ରଶାସନ ଉପସ୍ଥିତ ଥିବା ସୂଚନା ମିଳିଛି। ସରଣ୍ଡା ଫାଣ୍ଡି ଅଧିକାରୀ ସରୋଜ କୁମାର ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ। ବଡ ବନ୍ଧିଆଣୀ ପୀଠ ମକର ମେଳା କମିଟିର ସମ୍ପାଦକ ପ୍ରମୋଦ କୁମାର ଖଟୁଆଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସଞ୍ଚାଳିତ କାର୍ଯ୍ୟକ୍ରମରେ କମିଟିର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବାରେ ସହଯୋଗ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories