www.samajalive.in
Wednesday, December 10, 2025
16.1 C
Bhubaneswar

ଯୁବ ବିଜେଡ଼ି ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ, ୧୦୩ ୟୁନିଟ ରକ୍ତ ସଂଗ୍ରହ

ସୁନ୍ଦରଗଡ଼: ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଆଜି ସୁନ୍ଦରଗଡ଼, କୁତ୍ରା ଓ ରାଉରକେଲାରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ତଥା ଓଡ଼ିଶା ମୋ ପରିବାର ସୁନ୍ଦରଗଡ଼ ଜିଲା ଆବାହକ ବୈକୁଣ୍ଠ ନାଏକଙ୍କ ଜନ୍ମଦିବସ ଅବସରରେ ଏହି ରକ୍ତଦାନ ଶିବିର ଗୁଡ଼ିକ ଅନୁଷ୍ଠିତ ହୋଇଛି ବୋଲି ବିଜୁ ଯୁବ ଜନତା ଦଳର ଜିଲା ସଭାପତି ଦେବେନ୍ଦ୍ର ପ୍ରସାଦ ମାଝୀ ସୂଚନା ଦେଇଛନ୍ତି।

ଦଳୀୟ ସୂଚନାନୁସାରେ, ଆଜି ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାରରେ ଅନୁଷ୍ଠିତ ରକ୍ତଦାନ କାର୍ଯ୍ୟକ୍ରମକୁ ରାଜ୍ୟ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାଏକ, ଜିଲା ବିଜେଡ଼ି ସଭାପତି ବିନୟ ଟପ୍ପୋ ମିଳିତ ଭାବେ ଉଦ୍‍ଘାଟନ କରିଥିଲେ। ଏହି ରକ୍ତଦାନ ଶିବିରରେ ମୋଟ ୩୯ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ସୁନ୍ଦରଗଡ଼ ଜିଲା ପୂର୍ବତନ ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ସନ୍ତୋଷ ଅମାତ, ପୂର୍ବତନ ପୌରାଧ୍ୟକ୍ଷ ବେଣୁଧର ତାଣ୍ଡିଆ, ନଗର ବିଜେଡ଼ି ସଭାପତି ସୁରେନ୍ଦ୍ର ଭିତରିଆ, ବରିଷ୍ଠ ବିଜେଡ଼ି ନେତା ଜୟନାରାୟଣ ତ୍ରିପାଠୀ, ଗୋପ ମହାନ୍ତି, ଛାତ୍ର ବିଜେଡ଼ି ସଭାପତି ସେହବାଜ ହୁସେନ, ଧିରଜ ପ୍ରସାଦ, ରବି ଜୈସୱାଲ, ପ୍ରିୟଙ୍କା ଜେନା, କବିତା ସାହୁ, ପ୍ରିୟଙ୍କା ପାହାଡ଼ସିଂ ସମେତ ବିଜେଡ଼ିର ବରିଷ୍ଠ ନେତା ଓ ବିଜୁ ଛାତ୍ର-ଯୁବର ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ। ସେହିପରି ରାଉରକେଲାସ୍ଥିତ ସରକାରୀ ଚିକିତ୍ସାଳୟରେ ଯୁବନେତା ସୁନୀଲ ବାରୁଆଙ୍କ ନେତୃତ୍ୱରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

- Advertisement -

ଏଠାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ନାୟକ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ନଗର ସଭାପତି ଗଗନ ପଣ୍ଡା, ସନ୍ଧ୍ୟା ଲାକ୍ରା, ସୁଶାନ୍ତ ରାଉତ, ଅଭିକ କୁମାର,ପିଙ୍କୁ ଜୈସୱାଲ ସମେତ ବହୁ ଯୁବ-ଛାତ୍ର କର୍ମକର୍ତ୍ତା ଉପସ୍ଥିଥିଲେ। ଏଠାରେ ୪୩ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ସେହିପରି କୁତ୍ରାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ବିନୋଦ ଟପ୍ପୋଙ୍କ ନେତୃତ୍ୱରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଥିଲା। ଏଠାରେ ମଧ୍ୟ ଶ୍ରୀ ନାଏକ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ ବରିଷ୍ଠ ବିଜେଡ଼ି ନେତା ବେନେଡିକ ତିର୍କୀ, ଅର୍ଜୁନ ଜୟପୁରିଆ, ଭଞ୍ଜ ଟପ୍ପୋ, ସୁଜାତା ଡୁଙ୍ଗଡୁଙ୍ଗ, କୃଷ୍ଣ ଲାକ୍ରା ସମେତ ବହୁ ଯୁବ-ଛାତ୍ର ବିଜେଡ଼ି କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏଠାରେ ମୋଟ ୨୧ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories