୨ ବର୍ଷ ପରେ ଘୋଷଣା ହେଲା ରଙ୍ଗେଇଲୁଣ୍ଡା ବିଜେଡି କମିଟି

ଗୋପାଳପୁର: ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଆଜି ଗଞ୍ଜାମ ଜିଲ୍ଲା ବିଜେଡ଼ି ପକ୍ଷରୁ ରଙ୍ଗେଈଲୁଣ୍ଡା ବ୍ଲକ ବିଜେଡି କମିଟି ଗଠନ ସହ ଘୋଷଣା କରାଯାଇଛି। ଅନ୍ୟ ପଟେ ନୂତନ କମିଟି ଗଠନକୁ ନେଇ ବ୍ଲକ ସ୍ତରୀୟ ନେତା ଓ କର୍ମୀଙ୍କ ମହଲରେ ଯେତିକି ଉତ୍ସାହିତ ଦେଖା ଦେଇଛି ସେତିକି କର୍ମୀ ମହଲରେ ପୁଣି ଅସନ୍ତୋଷ ଦେଖାଯାଇଥିବା ଜଣେ ବରିଷ୍ଠ ନେତା କହିଛନ୍ତି। ନେତାଙ୍କ କହିବା ମୁତାବକ ପୂର୍ବରୁ ତରବରିଆ ଭାବେ ଦଳ ପକ୍ଷରୁ ଜିଲ୍ଲା ଏବଂ ରାଜ୍ୟ ସ୍ତରୀୟ ପଦପଦବୀରେ କିଛି ନେତାଙ୍କୁ ଥଇଥାନ କରିଯାଇଥିଲା। ଏହାକୁ ନେଇ ସେତେବେଳେ ବ୍ଲକର କିଛି ତୁଙ୍ଗ ନେତାମାନେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଥିଲେ। ଵର୍ତମାନ ପୁଣିଥରେ କମିଟିରେ ରାଜ୍ୟ ସ୍ତରୀୟ ନେତା ହୋଇଥିବା ନେତାଙ୍କୁ ପୁଣି ବ୍ଲକ ସ୍ତରୀୟ ନେତା କରାଯାଇଥିବା ଯୋଗୁଁ ନେତାଙ୍କ ମନରେ ଅସନ୍ତୋଷ ନିଶ୍ଚିତ ଭାବେ ରହିବ ବୋଲି ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି।

ଆଜି ଘୋଷଣା କରାଯାଇଥିବା ନୂତନ ବ୍ଲକ କମିଟିରେ ପୂର୍ବରୁ ଘୋଷଣା କରାଯାଇଥିବା ବ୍ଲକ ଯୁବ ବିଜେଡି ସଭାପତି ଅଜିତ କୁମାର ଦାସଙ୍କୁ ବର୍ତ୍ତମାନ ବ୍ଲକ ବିଜେଡିର ସଭାପତି ଦାୟିତ ଦିଆଯାଇଥିବା ବେଳେ ଉପସଭାପତି ଭାବେ ରାଜେଶ୍ୱରୀ ଦୋରା, ପ୍ରକାଶ ସାମନ୍ତଙ୍କୁ ପ୍ରଦାନ କରାଯାଇଛି। ପୂର୍ବରୁ ପ୍ରକାଶ ସାମନ୍ତଙ୍କୁ ଜିଲ୍ଲା ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିଲା। ଏଥି ସହ ସାଧାରଣ ସମ୍ପାଦକ ଭାବେ କେ. ବାଲକ୍ରିଷ୍ଣ ରେଡି, ସୁବାଷ ଚନ୍ଦ୍ର ମଣ୍ଡଳଙ୍କୁ ନିଯୁକ୍ତି କରାଯାଇଥିବା ବେଳେ ବିଷ୍ଣୁପ୍ରିୟା ନାୟକ, ଡି. ଚିନ୍ତାମଣି, ସ୍ବର୍ଣ୍ଣକାନ୍ତି ପାଢ଼ୀଙ୍କୁ ନିଯୁକ୍ତି ଦିଆଯାଇଛି। ନୀଳମାଧଵ ପାତ୍ରଙ୍କୁ କୋଷାଧକ୍ଷ ଭାବେ ନିଯୁକ୍ତି ମିଳିଛି। ସଭ୍ୟ ଭାବେ ଶରତ ହୋତା, ଲକ୍ଷ୍ମୀ ନାୟକ, ବଇରୀ ପାତ୍ର, ଗୋବିନ୍ଦ ରେଡି, ସଂଗ୍ରାମ ମହାନ୍ତି, କମଳା ସାହୁ ପ୍ରଫୁଲ ସାହୁ, ବିଭୁତି ଭୂଷଣ ଲେଙ୍କା, ଲଳିତା ପ୍ରଧାନ, ରାକେଶ କୁମାର ପାତ୍ର, ସନ୍ତୋଷ କୁମାର ବିଷୋୟୀ, ସବିତା ପାତ୍ର, ଜି. ନାଗେଶ୍ୱରୀ ରେଡି, ଗୀତାଞ୍ଜଳି ପାତ୍ର, ରାଜେଶ୍ୱରୀ ନାୟକ, ଶଶୀ ଦାସ, ଦିଲୀପ କୁମାର ବେହେରା, ଜୟସେନ ସାହୁ, ଡି ଫକୀରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଅନ୍ୟ ପଟେ କମିଟି ବାରମ୍ବାର ପରିବର୍ତନ କରାଯାଉଥିବା ସହ ନିର୍ବାଚନ ମଣ୍ଡଳୀରେ ଦଳ ମଧ୍ୟରେ ରହିଥିବା କିଛି ଅସନ୍ତୁଷ୍ଟକୁ ସନ୍ତୁଷ୍ଟ କରିବା ପାଇଁ କମିଟି ଗଠନ କରାଯାଇଥିବା କୁହାଯାଇଛି।

Comments are closed.