www.samajalive.in
Sunday, December 7, 2025
26.1 C
Bhubaneswar

ଜେଇଇ ମେନ୍‌ ପରୀକ୍ଷାଫଳ ପ୍ରକାଶ, ଓଡ଼ିଶାରୁ ସୌରଭ ଟପ୍ପର

ନୂଆଦିଲ୍ଲୀ: ଆଜି ଜେଇଇ ମେନ୍‌ ପରୀକ୍ଷାଫଳ ପ୍ରକାଶ ପାଇଛି। ଓଡ଼ିଶାରୁ ସୌରଭ ସୌମ୍ୟକାନ୍ତ ଦାଶ ଟପ୍ପର ହୋଇଛନ୍ତି। ସେହିପରି ଓଡ଼ିଶାର ସ୍ଥିତିପ୍ରଜ୍ଞା ସାହୁ ଦ୍ବିତୀୟ ଟପ୍ପର ହୋଇଥିବା ଜଣାପଡ଼ିଛି।
ଚଳିତ ବର୍ଷ ଜେଇଇ ମେନ୍‌ର ୨୪ଜଣ ପରୀକ୍ଷାର୍ଥୀ ୧୦୦ ପର୍‌ସେଣ୍ଟାଇଲ୍‌ ମାର୍କ ରଖିଛନ୍ତି। ତେଲେଙ୍ଗାନାରେ ୮ଜଣ ପରୀକ୍ଷାର୍ଥୀ ୧୦୦ ପର୍‌ସେଣ୍ଟାଇଲ୍‌ ମାର୍କ ରଖିଛନ୍ତି। ଦ୍ବିତୀୟ ସ୍ଥାନରେ ରହିଛି ଦିଲ୍ଲୀ ରହିଥିବାବେଳେ ଏଠାରୁ ୫ଜଣ ଟପ୍ପର ତାଲିକାରେ ରହିଛନ୍ତି। ରାଜସ୍ଥାନରୁ ୪, ଆନ୍ଧ୍ର ପ୍ରଦେଶରୁ ୩, ହରିୟାଣାରୁ ୨ ପରୀକ୍ଷାର୍ଥୀ ଟପ୍ପର ହୋଇଛନ୍ତି। ଗୁଜୁରାଟ ଓ ମହାରାଷ୍ଟ୍ରରୁ ଜଣେ ଲେଖାଏଁ ପରୀକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖିଛନ୍ତି। ଛାତ୍ରଛାତ୍ରୀଙ୍କୁ ଟ୍ବିଟ୍‌ ଯୋଗେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖ୍‌ରିୟାଲ୍‌।
ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ଜେଇଇ ମେନ୍‌ ପରୀକ୍ଷା ହୋଇଥିଲା ଏବଂ ଦେଶବ୍ୟାପୀ ୮.୫୮ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୱେବ୍‌ସାଇଟ୍‌ jeemain.nta.inରୁ ଛାତ୍ରଛାତ୍ରୀମାନେ ଜେଇଇ ମେନ୍‌ ପରୀକ୍ଷାଫଳ ଦେଖିପାରିବେ ବୋଲି ସୂଚନା ଦିଆଯାଇଛି। ଜେଇଇ ମେନ୍‌ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଶ୍ରେଷ୍ଠ ୨.୫ଲକ୍ଷ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ ଦେବାକୁ ମନୋନୀତ ହୋଇଛନ୍ତି। ଜେଇଇ ଆଡଭାନ୍ସ ପାଇଁ ସେପ୍ଟେମ୍ବର ୧୨ରୁ ଆବେଦନ ଫର୍ମ ଉପଲବ୍ଧ ହେବ। ଜେଇଇ ଆଡଭାନ୍ସର ସଫଳ ଛାତ୍ରଛାତ୍ରୀ ଦେଶର ପ୍ରମୁଖ ୨୩ଟି ଆଇଆଇଟିରେ ନାମ ଲେଖାଇପାରିବେ। ସେପ୍ଟେମ୍ବର ୨୭ରେ ଜେଇଇ ଆଡଭାନ୍ସ ପରୀକ୍ଷା ହେବ ଏବଂ ପରୀକ୍ଷା ସଂକ୍ରାନ୍ତିୟ ସମସ୍ତ ତଥ୍ୟ ଜେଇଇ ମେନ୍‌ ୱେବ୍‌ସାଇଟରୁ ପାଇପାରିବେ ବୋଲି ସୂଚନା ଦିଆଯାଇଛି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories