www.samajalive.in
Sunday, December 14, 2025
23.1 C
Bhubaneswar

ଜଙ୍ଗଲଜାତ ଦ୍ରବ ସଂଗ୍ରହ ପାଇଁ ଯାଇ ଗୁମ୍ଫାରେ ନେଇଥିଲେ ଆଶ୍ରୟ, ମାଟି ଅତଡ଼ା ଖସିବାରୁ ଗଲା ୨ ଜୀବନ

ଜୟପୁର: ବୈପାରୀଗୁଡ଼ା ଗୁପ୍ତେଶ୍ବର ଅଞ୍ଚଳର ମାଳିପଦର ଜଙ୍ଗଲରେ ଅଘଟଣ। ଜଙ୍ଗଲରେ ମାଟି ଅତଡ଼ା ଧସି ୨ଜଣ ମୃତ୍ୟୁ ହୋଇଥିବାବେଳେ ୩ ଆହତ ହୋଇଥିବା ସୂଚନା ମିଳିଛି। ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଲାଗି ମଙ୍ଗଳବାରଠାରୁ ୫ଜଣ ଜଙ୍ଗଲକୁ ଯାଇଥିଲେ। ବର୍ଷା ଲାଗି ରହିବାରୁ ଜଙ୍ଗଲର ଏକ ଗୁମ୍ଫାରେ ସେମାନେ ଆଶ୍ରୟ ନେଇଥିଲେ। ତେବେ ଆଶ୍ରୟ ନେଇଥିବାବେଳେ ଗୁମ୍ଫା ଉପରେ ମାଟି ଅତଡ଼ା ଖସି ପଡ଼ିବାରୁ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ବୈପାରୀଗୁଡ଼ା ଥାନା ହଳଦୀଗୁଣ୍ଡା ଗାଁର ଜୟଦେବ ଧାରୁଆ ଓ ସମାରୁ ଧାରୁଆଙ୍କ ପୁଅ ତ୍ରିଲୋଚନ ମାଳିପଦର ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ସେସବୁ ବିକ୍ରି କରନ୍ତି। ଗତ ମଙ୍ଗଳବାର ଧାରୁଆ ଓ ତ୍ରିଲୋଚନଙ୍କ ସମେତ ୫ ଜଣ ଜଙ୍ଗଲକୁ ଯାଇଥିଲେ। ସେହି ସମୟରେ ଲଘୁଚାପ ଜନିତ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଯୋଗୁ ସେମାନେ ସାବେରୀ ନଦୀ କୂଳରେ ଥିବା ଗୁମ୍ଫା ଭିତରେ ଆଶ୍ରୟ ନେଇଥିଲେ। ଠିକ୍‌ ସେହି ସମୟରେ ମାଟି ଅତଡ଼ା ଖସିବାରୁ ଜୟଦେବ ଓ ତ୍ରିଲୋଚନ ଚାପି ହୋଇ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ତଦନ୍ତ ଜାରି ରଖିଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories