www.samajalive.in
Saturday, December 6, 2025
17.1 C
Bhubaneswar

ଏବେ ବି ସକ୍ରିୟ ଅଛି ଜୟଲଳିତାଙ୍କ ବ୍ୟାଙ୍କ ଆକାଉଣ୍ଟ

ଚେନ୍ନାଇ: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମକେ ସୁପ୍ରିମୋ ଜୟଲଳିତାଙ୍କ ବ୍ୟାଙ୍କ ଆକାଉଣ୍ଟ ତାଙ୍କ ମୃତ୍ୟୁ ପରେ ବି ସକ୍ରିୟ ଅଛି। ସେହିପରି ତାଙ୍କ ଉପରେ ଥିବା ୧୬ କୋଟି ଟଙ୍କାର ଟିକସ ବକେୟା ଗଡ଼ି ଚାଲିଛି। ସେହିପରି ତାଙ୍କ ନାମରେ ଥିବା ସମ୍ପତ୍ତିରୁ ଆୟ ମଧ୍ୟ ଜାରି ରହିଛି। ଆୟକର ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି।
ଜୟଲଳିତାଙ୍କ ନାମରେ ହାଇଦ୍ରାବାଦ୍‍ରେ ଏକ ପ୍ଲଟ୍‍, ତାମିଲନାଡ଼ୁର ମାଣ୍ଡାଭେଲିରେ ଏକ ବଙ୍ଗଳା, ପାର୍ସନ ମାନୋରରେ ଏକ ଦୋକାନ ଘର ଓ ପୋଏସ୍‍ ଗାର୍ଡେନରେ ଏକ ଘର ରହିଛି। ସେଥିରୁ ଭଡ଼ା ବାବଦରେ ଆସୁଥିବା ଅର୍ଥ ଉକ୍ତ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇ ଆସୁଛି। ଏହି ଧାରା ତାଙ୍କ ମୃତ୍ୟୁ ପରେ ବି ଜାରି ରହିଛି। ଏକଥା ଜାଣିବା ପରେ ଏବେ ସେହି ଆକାଉଣ୍ଟ ଓ ସମ୍ପତ୍ତିକୁ ଆଇଟି ବିଭାଗ ନିଜ ଅଧୀନକୁ ନେଇଛି। ଜୟଲଳିତାଙ୍କ ଉପରେ କର ବାବଦକୁ ଯେଉଁ ବକେୟା ରହିଛି ତାହାକୁ ଏହି ଆୟ ଉତ୍ସରୁ ଭରଣା କରିବା ପାଇଁ ଆଇଟି ବିଭାଗ ଯୋଜନା କରିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories